21.1 C
Bhubaneswar
Friday, November 15, 2024
Homeଓଡିଶାସରସ୍ୱତୀ ପୂଜାକୁ ଭିଜାଇବ ଅଦିନିଆ ବର୍ଷା

ସରସ୍ୱତୀ ପୂଜାକୁ ଭିଜାଇବ ଅଦିନିଆ ବର୍ଷା

ଭୁବନେଶ୍ୱର: ଆସନ୍ତାକାଲି ବସନ୍ତ ପଞ୍ଚମୀ ଅର୍ଥାତ ସରସ୍ୱତୀ ପୂଜା । ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲା ଅଦିନିଆ ବର୍ଷାରେ ଭିଜି ପାରେ । କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ମାରିବାର ଆଶଙ୍କା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଘନ କୁହୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ ବୋଲି ବିଭାଗ ଆକଳନ କରିଛି ।

ଭାରତୀୟ ପାଣିପାଗ କହିଛି ଯେ ବର୍ଷା ଓ କୁହୁଡ଼ିର ସମ୍ଭାବନା ଥିଲେ ମଧ୍ୟ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ରାତ୍ରୀ ତାପମାତ୍ରାରେ ହ୍ରାସ ପାଇବ ନାହିଁ କି ବଢ଼ିବ ନାହିଁ । ଆସନ୍ତାକାଲି ସକାଳ ୮.୩୦ ଯାଏ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ କୁହୁଡ଼ି ଅନୁଭୂତ ହେବ । ଏଥିପାଇଁ ଏହି ଜିଲ୍ଲାଗୁଡ଼ିକ ପାଇଁ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

୧୪ ତାରିଖ ସକାଳ ୮.୩୦ରୁ ୧୫ ତାରିଖ ସକାଳ ୮.୩୦ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ମାରିପାରେ । କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କଟକ ଓ ଜଗତିସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking