31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପ୍ରକାଶ ପାଇଲା ୨୦୨୪ ଜେଇଇ ମେନ ପରୀକ୍ଷା ଫଳ

ପ୍ରକାଶ ପାଇଲା ୨୦୨୪ ଜେଇଇ ମେନ ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ ୨୦୨୪ ପରୀକ୍ଷା ଫଳ । ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ପ୍ରଥମ ଅଧିବେଶନ ପାଇଁ ଜେଇଇ ମେନ୍ ପରୀକ୍ଷା ଫଳ ଘୋଷଣା କରାଯାଇଛି । ତେବେ ଚଳିତ ପରୀକ୍ଷାରେ ୨୩ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀମାନେ ଜେଇଇ ମେନ.ଏନଟିଏ ଓ୍ବେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଫେବୃଆରୀ ୧୨ ତାରିଖରେ ଏନଟିଏ ପରୀକ୍ଷା ଫଳ ଘୋଷଣା କରିବା ନେଇ ଧାର୍ୟ୍ୟ ହୋଇଥିଲା । କିନ୍ତୁ ଦ୍ବିପହରରେ ଜେଇଇ ମେନ୍ ଉତ୍ତର ଜାରି କରାଯାଇଥିବା ବେଳେ ଆଜି ଭୋରୁ ସ୍କୋର କାର୍ଡ ଜାରି କରାଯାଇଛି । ପରୀକ୍ଷାର୍ଥୀମାନେ ଜେଇଇ ପଞ୍ଜିକରଣ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ସ୍କୋର କାର୍ଡ ଡାଉନଲୋଡ୍ କରିପାରିବେ । ୨୩ଜଣ ଶତପ୍ରତିଶତ ସ୍କୋର ହାସଲ କରିଥିବା ବେଳେ ଅଧିକାଂଶ ତେଲେଙ୍ଗାନାର ରହିଥିବା ନେଇ ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଆଡିସନ ପାଇଁ ୧୧.୭୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨୩ ଜଣ ଶତ ପ୍ରତିଶତ ରଖିଥିବା ବେଳେ ୭ଜଣ ତେଲେଙ୍ଗାନା, ୨ଜଣ ହରିୟାଣା, ୩ଜଣ ଲେଖାଏଁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନା ଏବଂ ମହାରାଷ୍ଟ୍ରର ରହିଛନ୍ତି । ସେହିପରି ୨ଜଣ ଦିଲ୍ଲୀ ଏବଂ ଜଣେ ଲେଖାଏଁ ଗୁଜୁରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁର ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking