34.1 C
Bhubaneswar
Friday, October 18, 2024
Homeଓଡିଶାଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୧ ଗିରଫ

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୧ ଗିରଫ

ବରଗଡ: ଗତକାଲି ସନ୍ଧ୍ୟାରେ ଆମ୍ବଭୋଣା-ଡୁଙ୍ଗୁରୀ ରାସ୍ତା ବୁଢିପାଲି ଛକ ନିକଟରେ ଡିଲ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଏସଟିଏଫ । ଚଢାଉ କରି ସେଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ଓ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରିବା ସହ ଜଣେ ଚୋରା ଚାଲାଣକାରୀକୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଡୁଙ୍ଗୁରୀ ଅଞ୍ଚଳର ମିଲୁ ମିଞ୍ଜଙ୍କ ପୁଅ ଜଗଦିସ୍ ମିଞ୍ଜ । ଏସଟିଏଫ୍ ତାକୁ ଗିରଫ କରି ବରଗଡ ବନ ବିଭାଗକୁ ହସ୍ତାନ୍ତର କରିଛି। ବନ ବିଭାଗ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ଦଫା ୩୭୯/୪୧୧ ଆଇପିସିଆରଡବ୍ଲୁ ୫୧ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ରେ ଅଭିଯୁକ୍ତକୁ ଗିରଫ କରି ବରଗଡ ଏସଡିଜେମ୍ କୋର୍ଟରେ ହାଜର କରାଯିବ । ସୂଚନା ଅନୁସାରେ, ବିଲୁପ୍ତ ପ୍ରାୟ ଥିବା ଏହି ବଜ୍ରାକପ୍ତା ଅନେକ ସ୍ଥାନରେ ବେଳେ ବେଳେ ନଜରକୁ ଆସିଥାଏ। କିନ୍ତୁ ରାଜ୍ୟରେ ଏହା ଭରପୁର ସଂଖ୍ୟାରେ ଥିବାବେଳେ ଏବେ ଏହାର ବେଆଇନ୍ ଶିକାର ଓ ଚାଲାଣ ପାଇଁ ଏହା ଏବେ ବିଲୁପ୍ତ ହେବାରେ ଲାଗିଛି। ତେଣୁ ଏହା ଉପରେ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking