31.1 C
Bhubaneswar
Tuesday, October 22, 2024
Homeଅପରାଧପ୍ରଥମେ ସ୍ତ୍ରୀ ଓ ପରେ ୨ନାବାଳକଙ୍କୁ ହାଣି ପକାଇଲା ଯୁବକ

ପ୍ରଥମେ ସ୍ତ୍ରୀ ଓ ପରେ ୨ନାବାଳକଙ୍କୁ ହାଣି ପକାଇଲା ଯୁବକ

ରାୟଗଡା : ରାତିରେ ସ୍ତ୍ରୀକୁ ହତ୍ୟା କରିଥିଲା। ଏତିକିରେ ମନ ବୁଝି ନଥିଲା ଯେ ସକାଳେ ଗାଁର ଦୁଇ ନାବାଳକଙ୍କୁ ହାଣି ପକାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ମୁନୁଷଗାଁ ପଞ୍ଚାୟତ ଭାଟିପାସ ଗ୍ରାମରେ। ପୁଲିସ ଅଭିଯୁକ୍ତ ଗୁରୁନାଥ ଗଉଡକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୁରୁନାଥ ସୋମବାର ରାତିରେ ନିଜ ସ୍ତ୍ରୀ ପୁଷ୍ପା ଗଉଡଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲା। ପରେ ଗାଁ ନିକଟରେ ଥିବା ଜଙ୍ଗଲକୁ ପଳାଇଥିଲା। ଗ୍ରାମବାସୀ ପୁଷ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପୁଷ୍ପାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସମ୍ପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।ମଙ୍ଗଳ ସକାଳେ ଗାଁକୁ ଦୁଇ ନାବାଳକ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ଏହି ସମୟରେ ଗୁରୁନାଥ ଆସି ଦୁଇ ନାବାଳକକୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲା। ପରେ ଗାଁ ନିକଟ ଜଙ୍ଗଲକୁ ପଳାଇଥିଲା। ଉଭୟ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟ ନାବାଳକଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking