32.1 C
Bhubaneswar
Tuesday, October 22, 2024
Homeଓଡିଶାମାଘ ଆରମ୍ଭରୁ ବୃଦ୍ଧି ପାଉଛି ତାପମାତ୍ରା

ମାଘ ଆରମ୍ଭରୁ ବୃଦ୍ଧି ପାଉଛି ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଗାଏବ ଥିବାବେଳେ, ବୃଦ୍ଧି ପାଉଛି ତାପମାତ୍ରା । ଏବେଠାରୁ ଅସହ୍ୟ ଗରମ ହେବା ଆରମ୍ଭ ହେଲାଣି । ଦିନ ଦ୍ବିପ୍ରହରେ ବେଳକୁ ପାରଦ ସାମାନ୍ୟ ଠାରୁ ଅଧିକ ରହୁଛି । କେବଳ ଦିନ ନୁହେଁ, ରାତିରେ ବି ଅସ୍ୱାଭାବିକ ତାପମାତ୍ରା ରହୁଛି । ସେହିପରି ରାତିରେ ମଧ୍ୟ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା । ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରେ ପହଞ୍ଚିଥିବାବେଳେ, ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ତାପମାତ୍ରା ୩୪.୪ ଡିଗ୍ରୀ ରହିଛି । ଯାହା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ଅଟେ । ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ଶୀତର ପ୍ରଭାବ ବିଶେଷ ନଥିବାରୁ ଏପରି ତାପମାତ୍ରା ଦେଖିବାକୁ ମିଳିପାରେ । ଓଡିଶା ପାର୍ଶ୍ବବର୍ତ୍ତୀ ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ଯୋଗୁଁ ଶୁଷ୍କ ଜଳୀୟ ବାଷ୍ପ ବହୁ ପରିମାଣରେ ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏଣୁ କୁହୁଡ଼ି ଓ ତାପମାତ୍ରା ରେ ବୃଦ୍ଧି ଘଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking