29.1 C
Bhubaneswar
Tuesday, October 22, 2024
Homeଓଡିଶାସଡକ ଦୁର୍ଘଟଣା : ୩ ଗୁରୁତର

ସଡକ ଦୁର୍ଘଟଣା : ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଦିଲ୍ଲା ଚଢେଇଭୋଳ-ବିଲ୍ଲା ରାସ୍ତା ବାଲିପଶି ନିକଟରେ ଘଟିଛି ଅଭାବନୀୟ ଅଘଟଣ । ପୋଖରୀ ଭିତରକୁ ପଶିଗଲା ବାଇକ । ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା ବାଇକ । ଯାହାଫଳରେ ବାଇକ ଆରୋହୀ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଦିନକୁ ଦିନକୁ ଦୁର୍ଘଟଣାର ମାତ୍ର ବଢିଚାଲିଛି । ଯାହାଫଳରେ କାହାର ଜୀବନ ଚାଲିଯାଉଛି ତ ଆଉ କାହାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଉଛି । ଏଥିପାଇଁ ସାଧାରଣଲୋକେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିଲେ । ଠିକ ଏହି ସମୟରେ ବାଇକ ଚାଲାକ ଜଣକ ଭାରସ୍ୟାମ ହରାଇଥିଲେ । ଏହାପରେ ଦୁର୍ଘଟଣାର ଶିକାର ହୋଇଥିଲେ ।ବାଇକ୍‌ଟି ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ପଶିଯାଇଥିଲା । ଏଥିସହ ବାଇକ ଆରୋହୀ ୩ ଜଣ ଆହତ ହୋଇଯାଇଥିଲେ ।ଏହାପରେ ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ସେମାନଙ୍କୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking