22.1 C
Bhubaneswar
Friday, November 29, 2024
Homeଦେଶ ବିଦେଶକେଜରିୱାଲ୍‌ଙ୍କ ଅଜବ ଅଭିଯୋଗ; ବିଜେପିରେ ସାମିଲ ହେବାକୁ ମୋତେ ବାଧ୍ୟକରାଯାଉଛି

କେଜରିୱାଲ୍‌ଙ୍କ ଅଜବ ଅଭିଯୋଗ; ବିଜେପିରେ ସାମିଲ ହେବାକୁ ମୋତେ ବାଧ୍ୟକରାଯାଉଛି

ନୂଆଦିଲ୍ଲୀ: ରାଜ୍ୟ ଅବକାରୀ ନୀତିରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଡିଛି । ତାଙ୍କୁ ଜେରା କରିବା ପାଇଁ ୫ଥର ସମନ୍ କରିସାରିଥିଲେ ମଧ୍ୟ କେଜରିୱାଲ, ଇଡି ସମ୍ମୁଖରେ ହାଜର ହେଉନାହାନ୍ତି । ଏହାକୁ ନେଇ ଇଡି ଦିନକ ପୂର୍ବେ ଦିଲ୍ଲୀସ୍ଥିତ ରାଉସ ଆଭେନୁୂ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏତଦ୍‌ବ୍ୟତୀତ ବିଜେପି ଦିଲ୍ଲୀରେ ଘୋଡାବେପାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଥିବାରୁ ତାଙ୍କ ପଛରେ ରାଜ୍ୟ ପୁଲିସ୍ ବିଭାଗର କ୍ରାଇମବ୍ରାଞ୍ଚ୍ ଟିମ୍ ମଧ୍ୟ ପଡିଯାଇଛି ।

ଏସବୁ ମଧ୍ୟରେ କେଜରିୱାଲ, ରବିବାର ଏଠାରେ ଏକ ସ୍କୁଲ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଜେପି ଉପରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । କେଜରିୱାଲ କହିଛନ୍ତି, ବିଜେପି ଇଡି ତଥା ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ତାଙ୍କ ପଛରେ ଲଗାଇ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି । ଏପରିକି ବିଜେପିରେ ସାମିଲ ହେବା ପାଇଁ ତାଙ୍କୁ ପରୋକ୍ଷରେ ବାଧ୍ୟ କରାଯାଉଛି ବୋଲି ମଧ୍ୟ କେଜରିୱାଲ୍ କହିଛନ୍ତି । କେଜରିୱାଲ କହିଛନ୍ତି, ହତ୍ୟାକାଣ୍ଡ ଭଳି ଯେତେ ବଡ଼ ଅପରାଧ କରିଥିଲେ ମଧ୍ୟ ଯଦି ଜଣେ ବିଜେପିରେ ସାମିଲ ହୁଏ, ତେବେ ସବୁ ଅପରାଧକୁ କ୍ଷମା କରିଦିଆଯାଏ । କିନ୍ତୁ ବିଜେପି ବିରୋଧରେ ଯିଏ ମୁୂହଁ ଖୋଲିଲା, ତା’କୁ ଭୟଭୀତ କରିବା ପାଇଁ ଇଡି, ସିବିଆଇ ତଦନ୍ତ ଭଳି ଡ୍ରାମା କରାଯାଇଥାଏ । ତେବେ ବିଜେପି ନେତାମାନେ ଭଲଭାବେ ଜାଣିରଖିବା ଉଚିତ୍ ଯେତେ ଯାହା ହେଲେ ମଧ୍ୟ ସେ କଦାପି ନଇଁବେ ନାହିଁ କିମ୍ବା ବିଜେପିରେ କେବେହେଲେ ସାମିଲ ହେବେ ନାହିଁ ବୋଲି କହିଛନ୍ତି କେଜରିୱାଲ ।

କେଜରିୱାଲଙ୍କ କଥାକୁ ସମର୍ଥନ କରିଛନ୍ତି ଆରଜେଡି ନେତା ତଥା ସାଂସଦ ମନୋଜ ଝା । ମନୋଜ କହିଛନ୍ତି, ବିଜେପି ଯେଉଁଠି ନିଜକୁ ଦୁର୍ବଳ ଭାବୁଛି, ସେଠାରେ ଇଡି, ସିବଆଇକୁ ଅସ୍ତ୍ର ଭାବେ ବିରୋଧୀଙ୍କ ବିପକ୍ଷରେ ପ୍ରୟୋଗ କରୁଛି । ଇଡି, ସିବିଆଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ସ୍ୱୟଂକ୍ରିୟ ଭାବେ କାମ କରିବା ଅପେକ୍ଷା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ କାମ କରୁଛନ୍ତି । ବିଜେପି ନେତାଙ୍କ ବିରୋଧରେ ଇଡି, ସିବିଆଇ ତଦନ୍ତ କରାଯାଉନାହିଁ, ଯେତେବେଳେ କି ସର୍ବାଧିକ ଭ୍ରଷ୍ଟ ନେତା ବିଜେପିରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking