ନୂଆଦିଲ୍ଲୀ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନ । ଆଜି ଭାରତ ତାର ଦ୍ୱିତୀୟ ଇଂନିସ ଶେଷ କରିଛି । ଭାରତ ୨୫୫ ରନରେ ଅଲଆଉଟ ହୋଇଛି । ଏହାସହ ଇଂଲଣ୍ଡକୁ ୩୯୯ ରନର ଟାର୍ଗେଟ ଦେଇଛି ଭାରତ । ଏବେ ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରି ଏହି ବିଜୟ ଲକ୍ଷ୍ୟକୁ ପୂରା କରିବାକୁ ପଡିବ ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଜୟସ୍ୱାଲ ଦମଦାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିପାରିନଥିଲେ । ତେଣୁ ଦଳ ୩୯୬ ରନରେ ଅଲଆଉଟ ହୋଇଯାଇଥିଲା । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ୨୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷ ଜ୍ୟାକ କ୍ରଲେ ୭୬ ଓ ଷ୍ଟୋକ୍ସ ୪୭ ରନ କରିଥିଲେ ।