28.1 C
Bhubaneswar
Sunday, September 22, 2024
Homeଓଡିଶା୨୦ରୁ ମାଟ୍ରିକ ପରୀକ୍ଷା

୨୦ରୁ ମାଟ୍ରିକ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହେବ। ଚଳିତବର୍ଷ ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ପ୍ରଶ୍ନପତ୍ର ଆସିବାଠାରୁ ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସେମାନେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ନକଲ (କପି) ରୋକିବା ଲାଗି ବୋର୍ଡ ପକ୍ଷରୁ ଏପରି ପ୍ରୟାସ କରାଯାଇଛି।

ଏଥିସହ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ପ୍ରବେଶ କରିବେ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୭ଟା୩୦ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ। କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking