28.1 C
Bhubaneswar
Sunday, September 22, 2024
Homeଓଡିଶାଫାଶରେ ପଡ଼ି କଲରାପତରିଆ ମୃତ

ଫାଶରେ ପଡ଼ି କଲରାପତରିଆ ମୃତ

ବଇଣ୍ଡା :  ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅନ୍ତର୍ଗତ ମିଣ୍ଡୋଳ ଗାଁ ମଠ ନିକଟସ୍ଥ କାଜୁ ବଗିଚା ପରିସରରେ ବିଦ୍ୟୁତ୍‌ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।  ଆଶ୍ଚର୍ଯ୍ୟର ବିଷୟ ହେଲା  ଏ ସମ୍ପର୍କରେ ଧଣ୍ଡାତୋପା ବନବିଭାଗ ନିକଟରେ କୌଣସି ସୂଚନା ନାହିଁ।  ଅଞ୍ଚଳବାସୀ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଘଟଣାସ୍ଥଳକୁ ଯାଇନାହାନ୍ତି। ଏ ସମ୍ପର୍କରେ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁ କହିଛନ୍ତି, କଲରାପତରିଆ ବାଘର ମୃତ୍ୟୁ ବିଷୟରେ ଆମ ପାଖରେ କୌଣସି ଖବର ନାହିଁ।କେତେକ ଗାଈ ଚରାଳି ଶନିବାର ସକାଳେ ବାଘ ମରିପଡ଼ିଥିବା ଦେଖି ଧଣ୍ଡାତୋପା ବନ ବିଭାଗକୁ ସୂଚନା ଦେଇଥିଲେ।

କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି । ଏକ ସପ୍ତାହ ପୂର୍ବରୁ ଏହି କଲରାପତରିଆର ମୃତ୍ୟୁ ଘଟିଥିବା ଅଞ୍ଚଳବାସୀ କହୁଥିବା ବେଳେ ଏପର୍ଯ୍ୟନ୍ତ ବନବିଭାଗ ନିକଟରେ କୌଣସି ଖବର ନାହିଁ।  ଏହା ସମସ୍ତଙ୍କୁ ଚକିତ କରିଛି।  ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଶୋରନଗର ବ୍ଲକ ବାମୁର ରେଞ୍ଜ ଅନ୍ତର୍ଗତ ଫୁଲଝର ଜଙ୍ଗଲରୁ ୨୦୨୨ ଅକ୍ଟୋବର ୬ରେ ଏକ କଲରାପତରିଆ ବାଘକୁ ଶିକାରୀ ମାନେ ମାରି ଚମଡ଼ା ଚାଲାଣ କରୁଥିବାବେଳେ ବନବିଭାଗ ଚମଡା ଜବତକରି ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ୨୦୨୧ ଡିସେମ୍ବର ୧୮ରେ ହଣ୍ଡପା ରେଞ୍ଜ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମହିଳାର ଏକ ବିଲରେ ଫାଶରେ ପଡି ଏକ କଲରାପରତିଆ ବାଘର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବନ ବିଭାଗ କାହାକୁ ଗିରଫ କରିପାରିନଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking