28.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଗୃହବିଭାଗକୁ ନିଜେ ରଖିଲେ ନୀତୀଶ

ବିହାର କ୍ୟାବିନେଟ୍ ସମ୍ପ୍ରସାରଣ: ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ; ଗୃହବିଭାଗକୁ ନିଜେ ରଖିଲେ ନୀତୀଶ

ପାଟନା: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରକ୍ରିୟା ଶନିବାର ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଗୃହ ବିଭାଗ ସହ କ୍ୟାବିନେଟ୍ ସଚିବାଳୟ, ନିର୍ବାଚନ ଭିଜିଲାନ୍ସ, ସାଧାରଣ ପ୍ରଶାସନ ଏବଂ ଅନ୍ୟ କାହାକୁ ଆବଣ୍ଟିତ ହୋଇନଥିବା ସମସ୍ତ ବିଭାଗଗୁଡ଼ିକୁ ନିଜ ପାଖରେ ରଖିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟକୁ ସେ ବିଜେପି ହାତକୁ ଟେକି ଦେଇଛନ୍ତି ।
ଏସମ୍ପର୍କରେ ରାଜ୍ୟ ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପ୍ରଦେଶ ବିଜେପି ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୂରୀଙ୍କୁ ଅର୍ଥ ବିଭାଗ ମିଳିଛି । ଅର୍ଥ ବିଭାଗ ବ୍ୟତୀତ ସମ୍ରାଟ୍ ଚୌଧୂରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ, ବାଣିଜ୍ୟ କର, ସହରୀ ବିକାଶ ଏବଂ ଗୃହ ନିର୍ମାଣ, କ୍ରୀଡା, ପଞ୍ଚାୟତିରାଜ, ପଶୁପାଳନ, ମତ୍ସ୍ୟ ଏବଂ ଆଇନ୍ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ସେହିପରି ରାଜ୍ୟର ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନାଙ୍କୁ କୃଷି, ରାସ୍ତା ନିର୍ମାଣ, ରାଜସ୍ୱ ଏବଂ ଜମି ସଂସ୍କାର, ଖଣି ଏବଂ ଭୂବିଜ୍ଞାନ, ଆଖୁୂ, ଶ୍ରମ, ସମ୍ବଳ, କଳା, ସଂସ୍କୃତି ଏବଂ ଯୁବ ବ୍ୟାପାର, କ୍ଷୁଦ୍ର ଜଳ ସମ୍ପଦ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଆଦି ଦାୟିତ୍ୱ ମିଳିଛି ।

୯ଜଣିଆ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ବିଜେପି ନେତା ପ୍ରେମ କୁମାରଙ୍କୁ ସମବାୟ ସମିତି, ଓବିସି ଏବଂ ଅତ୍ୟନ୍ତ ପଛୁଆ ଶ୍ରେଣୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପର୍ଯ୍ୟଟନ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଦାୟିତ୍ୱ ମିଳିଛି । ସେହିପରି ଜେଡିୟୁ ନେତା ବିଜୟ କୁମାର ଚୌଧୂରୀଙ୍କୁ ଜଳ ସମ୍ପଦ, ପରିବହନ, କୋଠା ନିର୍ମାଣ, ଶିକ୍ଷା ଏବଂ ସୂଚନା ତଥା ଜନସମ୍ବଳ ଓ ସଂସଦୀୟ କାର୍ଯ୍ୟ ବିଭାଗ ପ୍ରଦାନ କରାଯାଇଛି । ଏତଦ୍‌ବ୍ୟତୀତ ଜେଡିୟୁ ନେତା ବିଜେନ୍ଦ୍ର ଯାଦବଙ୍କୁ ଶକ୍ତି, ଅବକାରୀ, ଯୋଜନା ବିକାଶ, ଗ୍ରାମୀଣ ବିକାଶ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମିଳିଥିବା ବେଳେ ଜେଡିୟୁ ନେତା ଶ୍ରବଣ କୁମାରଙ୍କୁ ସାମାଜିକ କଲ୍ୟାଣ, ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ବିଭାଗ ମିଳିଛି । ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ୍‌) ନେତା ସନ୍ତୋଷ କୁମାର ସୁମନ୍‌ଙ୍କୁ ଏସ୍‌ସି/ ଏସ୍‌ଟି କଲ୍ୟାଣ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking