29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଚମ୍ପେଇଙ୍କ ଫ୍ଲୋରଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ୍‌

ଚମ୍ପେଇଙ୍କ ଫ୍ଲୋରଟେଷ୍ଟରେ ସାମିଲ ହେବେ ହେମନ୍ତ ସୋରେନ୍‌

ରାଞ୍ôଚ : ଶୁକ୍ରବାର ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପେଇ ସୋରେନ୍ । ୫ ତାରିଖରେ ତାଙ୍କୁ ଫ୍ଲୋର ଟେଷ୍ଟର ସମ୍ମୁଖୀନ ଅର୍ଥାତ୍ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ହେବ । ତେବେ ଏଥିପାଇଁ ଫ୍ଲୋର ଟେଷ୍ଟ ପ୍ରକ୍ରିୟାରେ ସାମିଲ ହେବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନ୍‌ଙ୍କୁ ଏଥିରେ ଅଂଶଗ୍ରହଣ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ପ୍ରଖାଶ, ଜମି ଦୁର୍ନୀତି ମାମଲାରେ ଇଡି ରିମାଣ୍ଡରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ମୁଖ୍ୟ ହେମନ୍ତ ସୋରେନ୍‌ଙ୍କୁ ଆଜି ଠାରୁ ଇଡି ଜେରା କରିବା ଆରମ୍ଭ କରିଛି ।

ହେମନ୍ତ ଝାଡଖଣ୍ଡର ବରହେଟ୍ ବିଧାନସଭାରୁ ବିଧାୟକ ରହିଛନ୍ତି । ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ତାଙ୍କୁ ଘଣ୍ଟାଏ ପାଇଁ ଅନୁମତି ଦେବାକୁ ହେମନ୍ତ କୋର୍ଟଙ୍କୁ ଅନୁରୋଧ କରିଥିଲେ । କୋର୍ଟ ହେମନ୍ତଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି । ପ୍ରକାଶ, ଇଡି ତଦନ୍ତର ସମ୍ମୁଖୀନ ହେବା ପୂର୍ବରୁ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚମ୍ପେଇ, ଜେଏମ୍‌ଏମ୍ ବିଧାୟକ ଦଳ ନେତା ହେବା ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking