30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଅଭିନେତ୍ରୀ ପୁନମ୍ ପାଣ୍ଡେ ଜୀବିତ

ଅଭିନେତ୍ରୀ ପୁନମ୍ ପାଣ୍ଡେ ଜୀବିତ

ମୁମ୍ବାଇ: ଦିନକ ପୂର୍ବେ ୩୨ ବର୍ଷୀୟା ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଅକାଳ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ଦୀର୍ଘଦିନ ଧରି ସେ ଗର୍ଭାଶୟ ବା ଜରାୟୁ କର୍କଟ ରୋଗ (ସର୍ଭାଇକାଲ କ୍ୟାନସର)ରେ ପୀଡ଼ିତ ଥିବା ବେଳେ ଶୁକ୍ରବାର ହଠାତ୍ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଅଫିସିଆଲ ଟିମ୍ ସୂଚନା ଦେଇଥିଲା । ଏପରିକି ତାଙ୍କ ଭଉଣୀ ମଧ୍ୟ ପୁନମ୍‌ଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରିଥିଲେ । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ପୁନମ୍ ନିଜେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଯୋଗେ ଜୀବିତ ଥିବା ସ୍ପଷ୍ଟ କରିଛନ୍ତି ।
ଏକ ଭିଡିଓ ମଧ୍ୟ ସେ ଏଥିରେ ଅପଲୋଡ୍ କରିଛନ୍ତି ।

ସେ କହିଛନ୍ତି କେବଳ ସେ ଜରାୟୁ ରୋଗ ପ୍ରତି ମହିଳାମାନଙ୍କୁ ସଚେତନ କରିବା ପାଇଁ ଏପ୍ରକାର ଏକ ପ୍ରମୋସନାଲ ଷ୍ଟଣ୍ଟ କରିଥିଲେ । ଉପଯୁକ୍ତ ସମୟ ସୁଦ୍ଧା ପରୀକ୍ଷା କରାଇନେବା ଏବଂ କିଶୋରୀ ବୟସରେ ଏଚ୍‌ପିବି ଟିକା ଗ୍ରହଣ କରିବା ଦ୍ୱାରା ଏପ୍ରକାର ରୋଗ ଆଶଙ୍କାରୁ ଅନେକାଂଶରେ ମୁକ୍ତି ମିଳିପାରିବ ବୋଲି ପୁନମ୍ ଭିଡିଓରେ କହିଛନ୍ତି । ପ୍ରତ୍ୟେକ ମହିଳା ଏଦିଗରେ ସଚେତନ ହେବା ସହ ଅନ୍ୟଙ୍କୁ ସଚେତନ କରିବା ପାଇଁ ପୁନମ୍ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏପ୍ରକାର ସ୍ପଷ୍ଟୀକରଣ ଆସିବା ପରେ ମୁମ୍ବାଇ ସିନେ ଆସୋସିଏସନ୍ ପକ୍ଷରୁ ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯାଇଥିବା ଜଣାପଡିଛି । ଏପ୍ରକାର ଶସ୍ତା ଲୋକପ୍ରିୟତା ହାସଲ ପାଇଁ ମୃତ୍ୟୁ ଖବର ପ୍ରସାରିତ କରିବା ଅପରାଧ ବୋଲି ଆସୋସିଏସନ୍ କହିଛି ।

ପ୍ରକାଶ, ଗତ ୧ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବଜେଟ୍‌ରେ ଯୁବତୀ/ ମହିଳାଙ୍କ ଠାରେ ରହୁଥିବା ସର୍ଭାଇକାଲ କ୍ୟାନସର (ଗର୍ଭାଶୟ କର୍କଟ ରୋଗ) ଆଶଙ୍କାକୁ ସବୁଦିନ ପାଇଁ ମୂଳୋତ୍ପାଟନ କରାଯିବା ଲକ୍ଷ୍ୟରେ ୯ରୁ ୧୪ବର୍ଷର କିଶୋରୀଙ୍କୁ ମାଗଣା ଟୀକା ଦିଆଯିବା ନେଇ ଘୋଷଣା କରାଯାଇଥିଲା । ଏହାର ଦିନକ ପରେ ଏହି ରୋଗରେ ପୁନମ୍ ପ୍ରାଣ ହରାଇବା ନେଇ ସମ୍ବାଦ ଆସିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking