31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶକେଜରିୱାଲଙ୍କ ବିରୋଧରେ ଇଡି କୋର୍ଟ ଦ୍ୱାରସ୍ଥ

କେଜରିୱାଲଙ୍କ ବିରୋଧରେ ଇଡି କୋର୍ଟ ଦ୍ୱାରସ୍ଥ

ନୂଆଦିଲ୍ଲୀ: କ୍ରମାଗତ ୫ଥର ସମନ୍ କରାଯିବା ସତ୍ତ୍ୱେ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏପ୍ରକାର ଏକ ଅଭିଯୋଗ ନେଇ ଦିଳ୍ଲୀସ୍ଥିତ ରାଉସ ଆଭେନୁୂ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଜେରା କରିବାକୁ ଇଡି ଚାହୁଁଛି । ଏନେଇ ସାମୟିକ ଅନ୍ତରାଳରେ ସମନ୍ ମଧ୍ୟ ପଠାଉଛି । କିନ୍ତୁ କେଜରିୱାଲ୍ ବିଭିନ୍ନ ଆଳ ଦେଖାଇ ଇଡି ନିକଟରେ ହାଜର ହେଉନାହାନ୍ତି । ବୁଧବାର କୋର୍ଟ ଇଡିର ଏହି ଆବେଦନ ଉପରେ ଶୁଣାଣି କରିବେ । ଅନ୍ୟପକ୍ଷେ କେଜରିୱାଲ ନିଜ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କୁ ଗିରଫ କରିବା ପାଇଁ ଇଡିର ଏହା ବେଆଇନ୍ ଉଦ୍ୟମ । ତେଣୁ ସେ ଇଡି ନୋଟିସ୍‌କୁ ଗୁରୁତ୍ୱ ଦେଉନାହାନ୍ତି । ପ୍ରକାଶ, ଗତବର୍ଷ ଏହି ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ବ୍ୟାପକ ଅନିୟମିତତା ମାମଲାରେ କେଜରିୱାଲ୍‌ଙ୍କ ଦୁଇ ନେତାଙ୍କୁ ଇଡି ଗିରଫ କରିସାରିଛି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ କେଜରିୱାଲଙ୍କ ଘରେ ଶନିବାର କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ôଚôଥିବା ଜଣାପଡିଛି । ବିଜେପି ବିରୋଧରେ ଘୋଡା ବେପାର କରୁଥିବା ଅଭିଯୋଗ ଆଣିବା ପରେ କେଜରିୱାଲଙ୍କୁ କ୍ରାଇମ୍‌ବ୍ରାଞ୍ଚ୍ ଟିମ୍ ନୋଟିସ୍ ଦେବା ପାଇଁ ଆସିଥିବା କୁହାଯାଉଛି । ଦିନକ ପୂର୍ବେ ମଧ୍ୟ କ୍ରାଇମବ୍ରାଞ୍ଚ୍ ଟିମ୍ କେଜରିୱାଲଙ୍କ ଘରକୁ ଆସିଥିଲେ କିନ୍ତୁ ସେ ଘରେ ନଥିବାରୁ ଟିମ୍ ସଦସ୍ୟ ଫେରିଯାଇଥିଲେ । କେଜରିୱାଲଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଅତିଶୀଙ୍କ ଘରକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍ ଟିମ୍ ଯାଇଥିବା ଜଣାପଡିଛି । ଏସବୁୂ ମଧ୍ୟରେ ଦିଲ୍ଲୀ ପୁଲିସ୍ ପକ୍ଷରୁ କେଜରିୱାଲଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking