26.1 C
Bhubaneswar
Tuesday, October 22, 2024
Homeଓଡିଶାସଡକ ଦୁର୍ଘଟଣା : ୭ ଗୁରୁତର

ସଡକ ଦୁର୍ଘଟଣା : ୭ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ମଡ଼ର୍ଣ୍ଣ ହୋଟେଲ ନିକଟରେ ଶନିବାର ଭୋର ସମୟରେ ଏକ ବୋଲେରୋ ବାଲି ବୋଝେଇ ଡମ୍ପରକୁ ପଛରୁ ଧକ୍କା ଦେବା ଫଳରେ ସାତଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାରଦୀପା ଗ୍ରାମର ୯ ଜଣ ବରଯାତ୍ରୀଙ୍କୁ ନେଇ କଟକରୁ ପାରଦୀପା ଗ୍ରାମକୁ ଫେରୁଥିବା ବେଳେ ଏହି ସ୍ଥାନରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡା ହୋଇଥିବା ବେଳେ ବୋଲେରୋଟି ଡମ୍ପର ପଛରୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ୯ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ଜବତ କରି ଥାନାକୁ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking