31.1 C
Bhubaneswar
Monday, October 21, 2024
Homeଓଡିଶାଆଜିଠୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଆଜିଠୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବର ଜନତା ମଇଦାନରେ ୩ ଦିନ ଧରି ଚାଲିବ ବିଶାଳ ଭାଷା ମହାକୁମ୍ଭ । ଏହି ସମ୍ମଳନୀକୁ ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଦେଶ ତଥା ଦେଶ ବାହାରେ ଥିବା ସମସ୍ତ ଓଡ଼ିଆମାନେ ବନ୍ଦେ ଉତ୍କଳ ଜନୀନ ଗାନ କରିବାକୁ ନିବେଦନ କରିଛନ୍ତି ସରକାର । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ମଳନୀରେ ଦେଶ ବିଦେଶରୁ ଶତାଧିକ ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗଦେବେ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଆୟୋଜନ କରୁଛନ୍ତି ରାଜ୍ୟ ସରକାର ।ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଭାଷାର ଉନ୍ନତି ଓ ପ୍ରଚାର-ପ୍ରସାର ପାଇଁ ୧୬ଟି ଅଧିବେଶନରେ ଆଲୋଚନାଚକ୍ର ହେବ । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ପ୍ରାଚୀନ, ମଧ୍ୟ, ଆଧୁନିକ ଏବଂ ଡିଜିଟାଲ ଯୁଗରେ ଓଡିଆ ଭାଷାକୁ ଆହୁରି ରୁଦ୍ଧିମନ୍ତ କରିବାର ଉପରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking