25.1 C
Bhubaneswar
Monday, October 21, 2024
Homeଅପରାଧହତ୍ୟା ଉଦ୍ୟମ କରି ଯୁବକ ଗିରଫ, ନାଁରେ ରହିଛି ୧୧ ମାମଲା

ହତ୍ୟା ଉଦ୍ୟମ କରି ଯୁବକ ଗିରଫ, ନାଁରେ ରହିଛି ୧୧ ମାମଲା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀକୁ ବାନ୍ଧିଲା ସହୀଦନଗର ପୁଲିସ । ଗିରଫ ଅଭିଯୁକ୍ତ ହେଲେ ପୁରି ଜିଲ୍ଲା ଗୋପ ଥାନା ଅଞ୍ଚଳର ସତ୍ୟବ୍ରତ ପ୍ରାଧାନ ଓରଫ ରାଜା(୨୪) । ସୂଚନା ମୁତାବକ ରମେଶ କୁମାର ସାହୁ ନାମକ ଜଣେ ଯୁବକ ତାଙ୍କର କିଛି ସାଙ୍ଗଙ୍କ ସହତ ବିଏମସି ଭବାନୀ ମଲ ରାସ୍ତା ଦେଇ କାରରେ ଯାଉଥିବା ସମୟରେ ଅଭିଯୁକ୍ତ ରାଜା ତାଙ୍କର କିଛି ସହଯୋଗୀଙ୍କ ସହିତ ଆଇନକ୍ସ ସାମ୍ନା ମଝି ରାସ୍ତାରେ ଠିଆ ହୋଇରହିଥିଲେ । ଏହା ଦେଖି ରାମେଶ ରାଜାକୁ ରାସ୍ତାରୁ ହଟିବାକୁ କହିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଜା ରାଗିଯାଇ ରାମେଶ କାର ଟିକୁ ଅଟକାଇ ଗାଳି ଗୁଲଜ କରିବା ସହ ଏକ କଟୁରିରେ ଆକ୍ରମଣ କରିଥିଲେ ।

ଏଥିରେ ରମେଶ ଗୁରୁତର ଆହତ ହୋଇଥିଲେ । ଏନେଇ ରାମେଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଆଜି ରାଜାକୁ ଭବାନୀ ମଲ୍ ନିକଟରୁ କାବୁ କରି ଥାନା କୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଥିଲେ । ତା’ର ଅପରାଧିକ ସମ୍ପୃକ୍ତି ଯାଞ୍ଚ ବେଳେ ସେ ଜଣେ ଅଭ୍ୟାସଗତ ଅପରାଧୀ ଓ ପୂର୍ବରୁ ସେ ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୧ଟି ଅପରାଧିକ ମାମଲାରେ କୋର୍ଟ ଚାଲାଣ ହୋଇସାରିଥିଲେ ଜଣା ପଡିଛି । ତେଣୁ ତାଙ୍କୁ ସିଆରପିସି ଧାରା-୧୧୦ ଆଧାରରେ କୋର୍ଟ ଚାଲାଣ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking