28.1 C
Bhubaneswar
Monday, October 21, 2024
Homeଓଡିଶାମହାପ୍ରଭୁଙ୍କ ପାଇଁ ଆସିଲା ଜୈବିକ ମହାପ୍ରସାଦ ବା କଳା ଜିରା ଚାଉଳ

ମହାପ୍ରଭୁଙ୍କ ପାଇଁ ଆସିଲା ଜୈବିକ ମହାପ୍ରସାଦ ବା କଳା ଜିରା ଚାଉଳ

ପୁରୀ: ଶ୍ରୀକ୍ଷେତ୍ର ସହ ଶାବର ଶ୍ରୀକ୍ଷେତ୍ରର ଘନିଷ୍ଠ ସଂପର୍କ ରହିଆସିଛି । ଆଜି ସେହି ସମ୍ପର୍କର ପ୍ରତୀକ ସ୍ୱରୂପ ପୁରୀରେ ପହଞ୍ଚିଛି ଜୈବିକ ମହାପ୍ରସାଦ ବା କଳା ଜିରା ଚାଉଳ । ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ୨୦ ଜଣ ଚାଷୀ ଏକ କୁଇଣ୍ଟାଲ କଳା ଜିରା ଚାଉଳ ଧରି ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚିବା ପରେ ସେଠାରୁ ଇ- ଅଟୋ ଯୋଗେ ଶ୍ରୀମନ୍ଦିର ପ୍ରଶାସନ ଡୋନେଶନ ସେଲକୁ ଯାଇ କଳା ଜିରା ଚାଉଳ ଜିମା ଦେଇଥିଲେ । ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ ସହ ପଦ୍ମଶ୍ରୀ ସାବରମତୀ , ପ୍ରଗତି ନିର୍ଦ୍ଦେଶକ ପ୍ରଭାକର ଅଧିକାରୀଙ୍କ ନେତୃତ୍ୱରେ ଉଭୟ ମହିଳା ଓ ପୁରୁଷ ଚାଷୀ ପାରମ୍ପରିକ ପୋଷାକ ପିନ୍ଧି ଶ୍ରଦ୍ଧା ଓ ଭକ୍ତିର ସହ ଏହି କଳା ଜିରା ଚାଉଳ ନେଇ ଆସିଥିଲେ । ଏଥିସହ ନିକଟରେ କୋରାପୁଟରେ ଉତ୍ପାଦିତ ଏହି କଳା ଜିରା ଚାଉଳକୁ ମିଳିଛି ଜିଆଇ ଟ୍ୟାଗ । କୋରାପୁଟ ଜିଲ୍ଲାର ପ୍ରତି ବ୍ଲକରେ ଏବେ ଏହି କଳା ଜିରା ଚାଉଳ କରାଯାଉଛି ।

ଗୋଟିଏ ଏକର ଜମିରେ ପ୍ରାୟ ୭-୮ କୁଇଣ୍ଟାଲ ଚାଉଳ ହୋଇଥାଏ । ଏହି ଚାଉଳ ହେବା ପାଇଁ ୧୪୫ ଦିନ ସମୟ ଲାଗିଥାଏ । ତେବେ ଏହି ଚାଉଳ ବେଶ୍ ସ୍ୱାଦିଷ୍ଟ । କଳା ଜିରା ଚାଉଳରେ ଖେଚୁଡ଼ି ଓ ଖିରି ପ୍ରସ୍ତୁତ ହୋଇଥାଏ । ବର୍ତ୍ତମାନ ଏହି କଳା ଜିରା ଚାଉଳର ବଜାର ମୂଲ୍ୟ କେଜି ପିଛା ୧୨୦ ଟଙ୍କା ରହିଛି । କଳା ଜିରା ଚାଉଳକୁ ଜିଆଇ ଟ୍ୟାଗ୍ ମିଳିବା ପରେ ସେଠାକାର ଚାଷୀ ବେଶ୍ ଖୁସି ,ଶ୍ରଦ୍ଧା ଓ ଭକ୍ତିର ସହ ଏକ କୁଇଣ୍ଟାଲ ଚାଉଳ ଧରି ମହାପ୍ରଭୁଙ୍କ ପାଇଁ ଆଣି ଆସିଥିଲେ ।ପାହାଡିଆ ଅଞ୍ଚଳ କୋରାପୁଟରେ ଭୌଗଳିକ ପରିବେଶ ଓ ଜଳବାୟୁ ଏହି ଚାଷ ପାଇଁ ପ୍ରକୃଷ୍ଟ । କୋରାପୁଟ ପରି ଉପକୂଳବର୍ତୀ ଜିଲ୍ଲାରେ ମଧ୍ୟ ଏହି ଜୈବିକ କଳା ଜିରା ଚାଉଳ ଚାଷ କରାଯାଇପାରିବ ବୋଲି ଦୀର୍ଘ ବର୍ଷ ଧରି ଜୈବିକ ଚାଷ ଉପରେ କାର୍ଯ୍ୟ କରୁଥିବା ପଦ୍ମଶ୍ରୀ ସାବରମତୀ କହିଥିଲେ । ଜୈବିକ ଶ୍ରୀ କୃଷକ ଉତ୍ପାଦକ ଲିମିଟେଡ କମ୍ପାନୀ କୋରାପୁଟରେ କଳା ଜିରା ଚାଉଳର ମାର୍କେଟିଂ ପାଇଁ ସହଯୋଗର ହାତ ବଢ଼ାଇଛି । ତେବେ ମହାପ୍ରଭୁଙ୍କ କୋଠଭୋଗରେ ଏହି କଳା ଜିରା ଚାଉଳର ବ୍ୟବହାର କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking