24.1 C
Bhubaneswar
Tuesday, October 22, 2024
Homeଖେଳଗୋଟିଏ ଦିନରେ ୮ ଖେଳାଳିଙ୍କ ଅନ୍ତର୍ଜାତୀୟ ପଦାର୍ପଣ

ଗୋଟିଏ ଦିନରେ ୮ ଖେଳାଳିଙ୍କ ଅନ୍ତର୍ଜାତୀୟ ପଦାର୍ପଣ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୨୦୨୪ ଫେବୃଆରୀ ୨ ତାରିଖ ୮ ଖେଳାଳିଙ୍କ ପାଇଁ ବହୁ ସ୍ୱତନ୍ତ୍ର ହୋଇଛି । ଏହି ଦିନ ଭିନ୍ନ ଭିନ୍ନ ଫର୍ମାଟ୍‌ରେ ମୋଟ ୮ ଖେଳାଳିଙ୍କୁ ପଦାର୍ପଣ ସୁଯୋଗ ମିଳିଛି । ବିଶାଖାପାଟଣାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଭାରତ ପକ୍ଷରୁ ରଜତ ପାଟିଦାରଙ୍କୁ ପଦାର୍ପଣ ସୁଯୋଗ ମିଳିଥିବା ବେଳେ ଇଂଲଣ୍ଡ ପକ୍ଷରୁ ଯୁବ ସ୍ପିନର୍ ସୋଏବ୍ ବଶୀର୍ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଛନ୍ତି ।

ସେହିପରି ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳୁଥିବା ଆଫାଗାନିସ୍ତାନ ଟିମ୍‌ର ୪ ଜଣ ଖେଳାଳି ଶୁକ୍ରବାର ପଦାର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ନୁର୍ ଅଲୀ ଜାଦରାନ୍‌, ସ୍ପିନର୍ ଜିୟା ଉର୍ ରହମାନ୍‌, ଫାଷ୍ଟ୍ ବୋଲର୍ ନାଭିଦ୍ ଜାଦରାନ୍ ଓ ପେସର୍ ମହମ୍ମଦ ସଲୀମ୍ ଅନ୍ୟତମ । ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆର ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଫାଷ୍ଟ୍ ବୋଲର୍ ଜାଭିୟର୍ ବାର୍ଟଲେଟ୍ ଓ ଲାନ୍ସ ମୋରିସ୍‌ଙ୍କୁ ପଦାର୍ପଣ ସୁଯୋଗ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking