28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ଗତକାଲି ‘ଉଦ୍ୟାନ ଉତ୍ସବ ୨୦୨୪’ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ । ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ରହିଛି ୨୨୫ ବର୍ଷ ପୁରୁଣା ଶେଶମ୍ ଗଛ, ପୁଷ୍ପ ଘଣ୍ଟା, ୮୫ ପ୍ରକାର ଫୁଲ ପ୍ରଜାତି ଏବଂ ‘ସେଲଫି ପଏଣ୍ଟ’ । ରାଷ୍ଟ୍ରପତିଙ୍କ ଡେପୁଟି ପ୍ରେସ ସଚିବ ନବିକା ଗୁପ୍ତା ସୂଚନା ଦେଇ କହିଛନ୍ତି, ‘ରାଷ୍ଟ୍ରପତି ଭବନ ଦେଖିବା ପାଇଁ ବୁକିଂ ଆରମ୍ଭ ହୋଇସାରିଛି । ଅମୃତ ଉଦ୍ୟାନକୁ ଦେଖିବା ପାଇଁ ୫୦,୦୦୦ରୁ ଅଧିକ ଲୋକ ବୁକିଂ କରିଛନ୍ତି।

ଜନସାଧାରଣଙ୍କ ସୁବିଧା ପାଇଁ କେନ୍ଦ୍ରୀୟ ସଚିବାଳୟ ମେଟ୍ରୋ ଷ୍ଟେସନରୁ ମାଗଣା ବସ୍ ସେବା ଯୋଗାଇ ଦିଆଯାଉଛି । ଅମୃତ ଉଦ୍ୟାନ ଆଜି ଠାରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ । ସକାଳ ୧୦ ଟାରୁ ୫ଟା ପର୍ୟ୍ୟନ୍ତ ପର୍ୟ୍ୟଟକ ମାନେ ଉଦ୍ୟାନକୁ ଉପଭୋଗ କରିପାରିବେ । ଅପରାହ୍ନ ୪ ଟା ପରେ ପର୍ୟ୍ୟଟକମାନଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଉତ୍ତର ଆଭେନ୍ୟୁ ରୋଡ୍ ନିକଟରେ ଥିବା ରାଷ୍ଟ୍ରପତି ଭବନର ଗେଟ୍ ନମ୍ବର ୩୫ ରୁ ପର୍ୟ୍ୟଟକ ମାନେ ଉଦ୍ୟାନରେ ପ୍ରବେଶ କରିପାରିବେ ।

ଅମୃତ ଉଦ୍ୟାନ ସପ୍ତାହରେ ଛଅ ଦିନ ଖୋଲା ରହିବେ । ରକ୍ଷଣାବେକ୍ଷଣ ପାଇଁ ସୋମବାର ବନ୍ଦ ରହିବ । ଯଦି କେହି ଅମୃତ ଉଦ୍ୟାନ ବୁଲିବାକୁ ଚାହୁଁଛନ୍ତି ତେବେ ରାଷ୍ଟ୍ରପତି ଭବନ ଓ୍ବେବସାଇଟକୁ ଯାଇ ବୁକ କରିପାରିବେ । ଗେଟ୍ ନମ୍ବର ୩୫ ନିକଟରେ ଏକ ବୁଥ୍ ମଧ୍ୟ ରହିବ, ଯାହା ଦ୍ବାରା ପାର୍କରେ ପ୍ରବେଶ କରିବା ପାଇଁ ଆବଶ୍ୟକ ପାସ୍ ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking