25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଦକ୍ଷିଣ ଭାରତୀୟ ରାଜ୍ୟକୁ ଅନ୍ୟାୟର ସାମ୍ନା କରିବାକୁ ପଡୁଛି: ଡିକେ ସୁରେଶ

ଦକ୍ଷିଣ ଭାରତୀୟ ରାଜ୍ୟକୁ ଅନ୍ୟାୟର ସାମ୍ନା କରିବାକୁ ପଡୁଛି: ଡିକେ ସୁରେଶ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଡିକେ ସୁରେଶ ଗୁରୁବାର ଉତ୍ତର ଏବଂ ଦକ୍ଷିଣ ଭାରତକୁ ନେଇ ଏୟ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି । କର୍ଣ୍ଣାଟକର ଡେପୁଟି ସିଏମ୍ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଅଭିଯୋଗ ଲଗାଇଛନ୍ତି କି କର୍ଣ୍ଣାଟକକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପଇସା ଦେଉନାହାଁନ୍ତି । ଏହି କାରଣରୁ ତାଙ୍କ ପାଖରେ ଦକ୍ଷିଣ ଭାରତକୁ ନେଇ ଅଲଗା ରାଜ୍ୟର ଦାବି କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଡିକେ ସୁରେଶଙ୍କ ଏହି ବୟାନ ପରେ ବିଜେପି କଂଗ୍ରେସକୁ କଟାକ୍ଷ କରିବା ଆରମ୍ଭ କରିଦେଇଛି ।

ଅନ୍ତରୀଣ ବଜେଟକୁ ନେଇ ବେଙ୍ଗାଲୁରୁରୁ କଂଗ୍ରେସ ସାଂସଦ ଡିକେ ସୁରେଶ କହିଛନ୍ତି କି ଏହା ନିର୍ବାଚନୀ ବଜେଟ୍ । ଅନ୍ତରୀଣ ବଜେଟ ବୋଲି କେବଳ ନାଁ ବଦଳିଛି । ସେ ଯୋଜନାର କିଛି ସଂସ୍କୃତ ଏବଂ ହିନ୍ଦୀ ନାଁ ଦେଇଛନ୍ତି । କେନ୍ଦ୍ର ସଠିକ୍ ଉପାୟରେ ଦକ୍ଷିଣ ଭାରତୀୟ ରାଜ୍ୟକୁ ଜିଏସଟି ଏବଂ ପ୍ରତ୍ୟେକ୍ଷ କରର ଭାଗ ଅଧିକାର ଦେଉନାହାଁନ୍ତି । ଦକ୍ଷିଣ ଭାରତୀୟ ରାଜ୍ୟକୁ ଅନ୍ୟାୟର ସାମ୍ନା କରିବାକୁ ପଡୁଛି । ଦକ୍ଷିଣ ରାଜ୍ୟରୁ ଏକତ୍ର ଧନ ଉତ୍ତର ଭାରତୀୟ ରାଜ୍ୟମାନଙ୍କୁ ଦିଆଯାଉଛି । ଯଦି ଏମିତି ଚାଲେ, ତେବେ ଆମେ ଏକ ଅଲଗା ଦେଶର ଦାବି କରିବାକୁ ବାଧ୍ୟ ହେବୁ । କେନ୍ଦ୍ରକୁ ଆମଠୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମିଳୁଛି ଏବଂ ବଦଳରେ ଆମକୁ ମାତ୍ର କିଞ୍ଚିତ୍ ମିଳୁଛି । ଏଥିରେ ସ୍ବର ଉଠାଇବାକୁ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking