24.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଡବ୍‌ଲ୍ୟୁସିଏଲ୍‌ରେ ଯୁବରାଜ, ବ୍ରେଟ୍ ଲି ଓ ରାଇନା; ଅଜୟ ଦେବଗନ ବ୍ରାଣ୍ଡ୍ ଆମ୍ବାସଡର୍‌, ଜୁଲାଇରେ ଖେଳାଯିବ...

ଡବ୍‌ଲ୍ୟୁସିଏଲ୍‌ରେ ଯୁବରାଜ, ବ୍ରେଟ୍ ଲି ଓ ରାଇନା; ଅଜୟ ଦେବଗନ ବ୍ରାଣ୍ଡ୍ ଆମ୍ବାସଡର୍‌, ଜୁଲାଇରେ ଖେଳାଯିବ ଲିଗ୍‌

ଏଜ୍‌ବାଷ୍ଟନ୍‌: ଯୁବରାଜ ସିଂହ, ସୁରେଶ ରାଇନା, ଶାହିଦି ଆଫ୍ରିଦି, କେଭିନ୍ ପିଟରସନ୍ ଏବଂ ବ୍ରେଟ୍ ଲି’ଙ୍କ ପରି ଭେଟେରାନ୍ କ୍ରିକେଟର୍‌ଙ୍କୁ ପୁଣିଥରେ ପଡ଼ିଆରେ ଦେଖିବାକୁ ମିଳିବ । ଏ ସମସ୍ତ ଷ୍ଟାର୍‌ଙ୍କୁ ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ମାନ୍ୟତାପ୍ରାପ୍ତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଅଫ୍ ଲିଜେଣ୍ଡ୍‌ସ (ଡବ୍ଲ୍ୟୁସିଏଲ୍‌)ରେ ଦେଖିବାକୁ ମିଳିବ । ଏହି ଲିଗ୍ ଚଳିତବର୍ଷ ଜୁଲାଇ ୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ଏଜ୍‌ବାଷ୍ଟନ୍ ଷ୍ଟାଡିୟମ୍‌ରେ ଖେଳାଯିବ । ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କୁ ଏହି ଲିଗ୍‌ର ବ୍ରାଣ୍ଡ୍ ଆମ୍ବାସଡର୍ ନିଯୁକ୍ତ କରାଯାଇଛି ।

ଲିଗ୍‌ରେ ଭାରତ, ପାକିସ୍ତାନ ଓ ଇଂଲଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆ ସାଉଥ୍ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍‌ର ଅବସର ନେଇସାରିଥିବା ଖେଳାଳି ମଧ୍ୟ ଭାଗନେବେ । ବଲିଉଡ୍ ଫିଲ୍ମ ଆଣ୍ଡ୍ ମ୍ୟୁଜିକ୍ ପ୍ରଡକ୍ସନ୍ କମ୍ପାନୀ ଜବାୱା ଏଣ୍ଟର୍‌ଟେନ୍‌ମେଣ୍ଟ୍ ଏହି ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରୁଛି । ଯୁବରାଜ, ଆଫ୍ରିଦି ଏବଂ ପିଟରସନ୍‌ଙ୍କ ସହ ଚୁକ୍ତି ହୋଇସାରିଥିବା ବେଳେ ବାକି ଷ୍ଟାର୍‌ଙ୍କ ନାମ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ଲିଗ୍ ସଂସ୍ଥାପନ ହର୍ଷିତ ତୋମର କହିଛନ୍ତି । ସେ କହିଛନ୍ତି, ୯୦ ଏବଂ ୨୦୦୦ ଦଶକରେ ଭିନ୍ନ ଭିନ୍ନ ଦେଶରେ ନିଜ ପ୍ରଦର୍ଶନ ଜରିଆରେ ବିଶ୍ୱର କୋଟି କୋଟି ପ୍ରଶଂସକ ସୃଷ୍ଟି କରିଥିବା ଷ୍ଟାର୍ ଖେଳାଳିଙ୍କୁ ଡବ୍ଲ୍ୟୁସିଏଲ୍ ପ୍ଲାଟ୍‌ଫର୍ମରେ ପୁଣିଥରେ ଦେଖିବାର ସୁଯୋଗ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking