19.1 C
Bhubaneswar
Sunday, November 24, 2024
Homeଓଡିଶା୨୭ରେ ରାଜ୍ୟସଭା ନିର୍ବାଚନ; ଓଡ଼ିଶାରୁ ଖାଲି ହେବ ୩ ଆସନ

୨୭ରେ ରାଜ୍ୟସଭା ନିର୍ବାଚନ; ଓଡ଼ିଶାରୁ ଖାଲି ହେବ ୩ ଆସନ

ନୂଆଦିଲ୍ଲୀ: ଆଗାମୀ କିଛି ମାସ ମଧ୍ୟରେ ଦେଶରେ ୧୫ ରାଜ୍ୟର ମୋଟ୍ ୫୬ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ତେବେ ଏସବୁ ଆସନ ପାଇଁ ଫେବ୍ରୁଆରୀ ୨୭ରେ ନିର୍ବାଚନ ପ୍ର୍ରକ୍ରିୟା ଅନୁଷ୍ଠିତ ହେବ । ଏସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରିପୂର୍ବକ ତାରିଖ ଘୋଷଣା କରାଯାଇଛି ।

ଏସମ୍ପର୍କରେ ସୂଚନା ଦେଇ ଆୟୋଗ କହିଛି ଯେ, ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ । ସେହିପରି ଫେବ୍ରୁଆରୀ ୧୫କୁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଭାବେ ବିବେଚନା କରାଯିବ ଏବଂ ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା ଶେଷ ହେବ । ଫେବ୍ରୁଆରୀ ୨୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ । ସେହିପରି ଫେବ୍ରୁଆରୀ ୨୭ ପୂର୍ବାହ୍ନ ୯ରୁ ଅପରାହ୍ନ ୪ଟା ମଧ୍ୟରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ଏହି ୫୬ ଆସନ ମଧ୍ୟରୁ ୩ଟି ଆସନ ଓଡ଼ିଶାର ରହିଛି । ଏପ୍ରିଲ ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଏବଂ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଫଳରେ ଓଡ଼ିଶାରୁ ୩ଟି ଆସନ ଖାଲି ହେବ । ଏହାପୂର୍ବରୁ ଏସବୁ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ବ୍ୟତୀତ ଆନ୍ଧ୍ରପ୍ରଦେଶରୁ ୩, ବିହାରରୁ ୬, ଛତିଶଗଡ଼ରୁ ୧, ଗୁଜରାଟର ୪, ହରିଆଣାର ୧, ହିମାଚଳପ୍ରଦେଶର ୧, ମଧ୍ୟପ୍ରଦେଶର ୫, କର୍ଣ୍ଣାଟକର ୪, ମହାରାଷ୍ଟ୍ରର ୬, ତେଲେଙ୍ଗାନାର ୩, ଉତ୍ତରପ୍ରଦେଶର ୧୦, ଉତ୍ତରାଖଣ୍ଡର ୧, ପଶ୍ଚିମବଙ୍ଗର ୫ ଏବଂ ରାଜସ୍ଥାନର ୩ ରାଜ୍ୟସଭା ଆସନ ଖାଲି ହେବ । ପ୍ରକାଶ, ଓଡ଼ିଶା ଏବଂ ରାଜସ୍ଥାନରୁ ରାଜ୍ୟସଭା ଆସନର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ରେ ଶେଷ ହେଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରୁ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ୍ ୨ରେ ଶେଷ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking