27.1 C
Bhubaneswar
Wednesday, October 23, 2024
Homeଓଡିଶାଓଲଟିଲା ପିଆଜ ବୋଝେଇ ଟ୍ରକ,ହେଲ୍ପର ମୃତ ଡ୍ରାଇଭର ଗୁରୁତର

ଓଲଟିଲା ପିଆଜ ବୋଝେଇ ଟ୍ରକ,ହେଲ୍ପର ମୃତ ଡ୍ରାଇଭର ଗୁରୁତର

ମୟୂରଭଞ୍ଜ : ପୁଣି ଦୁଆରଶୁଣି ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ। ହେଲ୍ପର ମୃତ ଗୁରୁତର ଅବସ୍ଥାରେ ଡ୍ରାଇଭର ଉଦ୍ଧାର। ତେବେ ୪ଦିନ ପୂର୍ବରୁ ଧଉଳି ଗଣନାଟ୍ୟର ଟ୍ରକ ଓଲଟି ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଠିକ ସେହି ସ୍ଥାନରେ ଆଜି ଓଲଟିଛି ପିଆଜ ବୋଝେଇ ଟ୍ରକ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଦୁଆରଶୁଣି ଘାଟି ଏବେ ପାଲଟିଛି ଯମଦ୍ୱାର। ହେଲେ ଜାଣୁନି ସରକାର ବୁଝୁନି ପ୍ରଶାସନ। ଘାଟି ରାସ୍ତାରେ ଦୁର୍ଘଟଣା ଥମିବାର ନାମ ନେଉନି। ସୂଚନା ଅନୁଯାୟୀ ପିଆଜ ବୋଝେଇ ଟ୍ରକଟି ମହାରାଷ୍ଟ୍ରର ନାସିକ ଅଞ୍ଚଳରୁ କଲକାତା ଅଭିମୁଖେ ଯାଉଥିଲା। ମାତ୍ର ଘାଟିରୁ ଅହ୍ଲାଉଥିବା ବେଳେ ବ୍ରେକଫେଲ ହେବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଇଛି। ଖବରପାଇ ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଆହତ ହେଲ୍ପର ଓ ଡ୍ରାଇଭରକୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ଦୁର୍ଘଟଣା ଯୋଗୁଁ ଘଟି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହେଲ୍ପରଙ୍କ ମୃତ୍ୟୁ ହୋଇଥିଲା ବେଳେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଡ୍ରାଇଭରକୁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମୃତକ ହେଲ୍ପର ହେଉଛନ୍ତି ସାଲିମ ଉଦିମ ଉଲ୍ଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking