26.1 C
Bhubaneswar
Tuesday, October 22, 2024
Homeଓଡିଶାଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଧାନ ଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣାସ : ଦୁର୍ବୃତ୍ତ ପୋଡି ଦେଲେ ଧାନ ଗଦା । ୬୦ ହଜାରରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ଡେଲାଙ୍ଗ ବରକେରାରେ ଅଗ୍ନିକାଣ୍ଡ ଘଟି ଭାସ୍କର ଚନ୍ଦ୍ର ପରିଡାଙ୍କର ଏକ କଳେଇ ଗଦା ଜଳିଯାଇଛି । ଧାନ ଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ପଚାଶ ହଜାର ହେବ ବୋଲି ଜଣାପଡିଛି ।

ଏଥିସହିତ ବେଲପଡାର ବିଜୟ କୁମାର ପରିଡାଙ୍କର ଦୁଇଟି କଳେଇଗଦା ଜଳିପୋଡି ନଷ୍ଟ ହୋଇଥିବା ବେଳେ କଳେଇଗଦାରେ ଥିବା ଧାନର ଆନୁମାନିକ ମୂଲ୍ୟ ଷାଠିଏ ହଜାର ଟଙ୍କା ହେବ ବୋଲି ଚାଷୀ କହିଛନ୍ତି । ଭାସ୍କର ଚନ୍ଦ୍ର ପରିଡା ଓ ବିଜୟ କୁମାର ପରିଡ଼ା ଚାଷ ଉପରେ ନିର୍ଭର କରି ଚଳନ୍ତି । ତେଣୁ ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇବା ପାଇଁ ଡେଲାଙ୍ଗ ବରକେରା ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking