28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶପୁଣି ମଣିପୁର ହିଂସା : ୧ ମୃତ, ୪ ଗୁରୁତର

ପୁଣି ମଣିପୁର ହିଂସା : ୧ ମୃତ, ୪ ଗୁରୁତର

ମଣିପୁର : ଶନିବାର ଦିନ ଛଅ ଘଣ୍ଟା ଧରି ଚାଲିଥିବା କୁକି ଏବଂ ମୈତେଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ଘଟି କାଙ୍ଗପୋକପି ଜିଲ୍ଲାରେ ଜଣେ ୨୯ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଥିବାର ସୂଚନା ମିଳିଛି। ଖବର ମୁତାବକ ପ୍ରକାଶ ପାଇବା ପରେ ଗତକାଲି ଅପରାହ୍ନରେ ମଣିପୁରର କାଙ୍ଗପୋକପି ଜିଲ୍ଲା ସତ।ଙ୍ଗ ଅଂଚଳରେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ସମୟରେ ଜଣେ ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରିଜଣ ଆହତ ହୋଇଥିଲେ। ମିଳିଥିବା ଖବର ଅନୁଯାୟୀ କିଛି ଅଜ୍ଞାତ ବନ୍ଧୁକଧାରୀ ବ୍ୟକ୍ତି ଗ୍ରାମରେ ପ୍ରବେଶ କରି ଏପରି କାଣ୍ଡ ଘଟାଇଛନ୍ତି। ମୃତ ବ୍ୟକ୍ତିଙ୍କୁ କୁକି ଗ୍ରାମ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ଟିମଲୁନ୍ ଖୋଙ୍ଗସାଇ ବୋଲି ଚିହ୍ନଟ କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ବୋମା ଫାଟିଥିବା ବେଳେ ଅନ୍ୟ ଜଣଙ୍କ ଜଙ୍ଘରେ ଆଘାତ ଲାଗିଥିବା ପୋଲିସ କହିଛି। ତେବେ ଆହତ ଲୋକଙ୍କୁ ତୁରନ୍ତ ଇମ୍ଫାଲର ଏକ ଡାକ୍ତରଖାନାକୁ ନିଆଯାଇଥିଲା। କାଙ୍ଗପୋକପି ହେଉଛି ଏକ ପାହାଡିଆ ଜିଲ୍ଲା ଯାହା ଇମ୍ଫାଲ ଉପତ୍ୟକା ସୀମା ସହ ସଂଲଗ୍ନ, ଯେଉଁଠାରେ ମୈତେଇ ସମ୍ପ୍ରଦାୟ ସଂଖ୍ୟାଗରିଷ୍ଠତା ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking