27.1 C
Bhubaneswar
Tuesday, October 22, 2024
Homeଓଡିଶାଷ୍ଟଣ୍ଟ୍ ଦେଖାଉଥିବା ବେଳେ ବାଇକ୍‌ରୁ ପଡ଼ି ୨ ଛାତ୍ର ମୃତ

ଷ୍ଟଣ୍ଟ୍ ଦେଖାଉଥିବା ବେଳେ ବାଇକ୍‌ରୁ ପଡ଼ି ୨ ଛାତ୍ର ମୃତ

ଟାଙ୍ଗୀ: ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଜଣ ଛାତ୍ର ବାଇକରେ ଷ୍ଟଣ୍ଟ୍ ଦେଖାଉଥିବା ବେଳେ ପଡ଼ିଯାଇ ପ୍ରାଣ ହରାଇଛନ୍ତି । ମାହାଙ୍ଗା ଥାନା ଅଞ୍ଚଳର ଦୁଇ ଜଣ ଛାତ୍ର ନିହାର ଚନ୍ଦ୍ର ପ୍ରଧାନ ଓ ସତ୍ୟବ୍ରତ ରାମ ଡ୍ରିମ୍ସ ୟୁନିଭର୍ସିଟିରୁ ପରୀକ୍ଷା ଦେଇ ବାଇକ୍‌ରେ ଦ୍ରୁତଗତିରେ ଯିବା ବେଳେ ଷ୍ଟଣ୍ଟ ଦେଖାଉଥିଲେ । ହେଲେ ଗୋବିନ୍ଦପୁର ନିକଟରେ ବାଇକ୍ ଖସିଯିବାରୁ ଦୁଇ ଜଣଙ୍କ ମୁଣ୍ଡ ପିଚୁରାସ୍ତାରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଡ୍ରିମ୍ସ ପଦ୍ମିନୀ ମେଡିକାଲକୁ ଅଣାଯାଇଥିଲା । ପରିବାର ଲୋକେ ଖବର ପାଇ ସେଠାରେ ପହଞ୍ଚିଥିଲେ । ଖବର ପାଇ ଟାଙ୍ଗୀ ପୁଲିସ ମେଡିକାଲରେ ପହଞ୍ଚି ଦୁଇ ଜଣଙ୍କ ଶବକୁ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking