32.1 C
Bhubaneswar
Tuesday, October 22, 2024
Homeଖେଳହାଇଦ୍ରାବାଦ ଟେଷ୍ଟ୍‌: ପ୍ରଥମ ଦିନରେ ଭାରତର ଆଧିପତ୍ୟ; ଇଂଲଣ୍ଡ ପ୍ରଥମ ଇନିଂସ୍ ୨୪୬ରେ ଶେଷ

ହାଇଦ୍ରାବାଦ ଟେଷ୍ଟ୍‌: ପ୍ରଥମ ଦିନରେ ଭାରତର ଆଧିପତ୍ୟ; ଇଂଲଣ୍ଡ ପ୍ରଥମ ଇନିଂସ୍ ୨୪୬ରେ ଶେଷ

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିଅମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଛି । ମ୍ୟାଚ୍‌ର ପ୍ରଥମ ଦିନ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଭବଶାଳୀ ପ୍ରଦର୍ଶନ କରିଛି । ପ୍ରଥମେ ଭାରତୀୟ ବୋଲର୍‌ମାନେ ଇଂଲଣ୍ଡ ଇନିଂସ୍ ୨୪୬ ରନ୍‌ରେ ସୀମିତ କରିବା ପରେ ବ୍ୟାଟର୍‌ମାନେ ଦମ୍‌ଦାର ପ୍ରଦର୍ଶନ କରି ପ୍ରଥମ ଦିନର ଖେଳ ଶେଷ ବେଳକୁ ୧ ୱିକେଟ୍ ହରାଇ ୧୧୯ ରନ୍‌ର ସ୍କୋର୍ ଛିଡ଼ା କରିଛନ୍ତି । ଷ୍ଟମ୍ପ୍‌ସ ବେଳକୁ ଯୁବ ଓପ୍ନର୍ ଯଶସ୍ୱୀ ଜୟସ୍ୱାଲ୍ ୭୬ ଏବଂ ଶୁବମନ ଗିଲ୍ ୧୪ ରନ୍‌ରେ ବ୍ୟାଟିଂ କରୁଥିଲେ ।

କ୍ୟାପ୍‌ଟେନ୍ ରୋହିତ ଶର୍ମା ୨୪ ରନ୍ କରି ଆଉଟ୍ ହୋଇଥିଲେ । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା, ଯାହା ଟିମ୍ ପାଇଁ ଭୁଲ ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲର୍ ଟିମ୍‌କୁ ମାତ୍ର ୨୪୬ ରନ୍‌ରେ ସୀମିତ କରିଦେଇଥିଲେ । କ୍ୟାପ୍‌ଟେନ୍ ବେନ୍ ଷ୍ଟ୍ରୋକ୍ ସର୍ବାଧିକ ୭୦ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟର୍‌ମାନେ ୫୦ ରନ୍ ମଧ୍ୟ କରିବାକୁ ସମର୍ଥ ହୋଇନଥିଲେ । ଜ୍ୟାକ୍ କ୍ରଲି ୨୦, ବେନ୍ ଡକେଟ୍ ୩୫, ଜୋ ରୁଟ୍ ୨୯, ଜନ୍ନି ବେୟାର୍‌ଷ୍ଟୋ ୩୭, ରେହାନ୍ ଅହମଦ୍ ୧୩, ଟମ୍ ହାର୍ଟଲେ ୨୩ ଓ ମାର୍କ ଉଡ୍ ୧୧ ରନ୍ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ଓ ଆର୍ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ଜସ୍‌ପ୍ରୀତ୍ ବୁମ୍‌ରା ଓ ଅକ୍ଷର ପଟେଲ୍‌ଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା ।

ଏହାପରେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଦିନର ଖେଳ ଶେଷ ବେଳକୁ ୧ ୱିକେଟ୍ ବିନିମୟରେ ୧୧୯ ରନ୍ କରିଥିଲା । ରୋହିତ ଶର୍ମା ଓ ଯଶସ୍ୱୀ ଜୟସ୍ୱାଲ୍ ପ୍ରଥମ ୱିକେଟ୍ ପାଇଁ ୭୫ ବଲ୍‌ରେ ୮୦ ରନ୍ ଉଠାଇଥିଲେ । ଇତିମଧ୍ୟରେ ଜୟସ୍ୱାଲ୍ ବାଜ୍‌ବଲ୍ ଷ୍ଟାଇଲ୍‌ରେ ମାତ୍ର ୪୭ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ପ୍ରଥମ ଦିନ ଭାରତ କ୍ୟାପ୍‌ଟେନ୍ ରୋହିତ ଶର୍ମା (୨୪)ଙ୍କ ରୂପରେ ଏକମାତ୍ର ୱିକେଟ୍ ହରାଇଥିଲା । ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ହାତରେ ୯ ୱିକେଟ୍ ଥାଇ ୧୨୭ ରନ୍‌ରେ ପଛୁଆ ରହିଛି । ଅପରାଜିତ ଫେରିଥିବା ଯଶସ୍ୱୀ ଜୟସ୍ୱାଲ୍ ୭୦ ବଲ୍‌ରେ ୯ ଚୌକା ଓ ୩ ଛକା ସହାୟତାରେ ୭୬ ରନ୍ କରିଥିଲେ । ସେହିପରି ଶୁବମନ ଗିଲ୍ ୪୩ ବଲ୍‌ରେ ଗୋଟିଏ ଚୌକା ସହାୟତାରେ ୧୪ ରନ୍ କରି ଅପରାଜିତ ଥିଲେ । ପ୍ରଥମ ଦିନ ଇଂଲଣ୍ଡକୁ ଏକମାତ୍ର ସଫଳତା ଜ୍ୟାକ୍ ଲିଚ୍ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking