31.1 C
Bhubaneswar
Tuesday, October 22, 2024
Homeଖେଳସାବାଲେଙ୍କା-ଝେଙ୍ଗ୍ ମହିଳା ଫାଇନାଲ୍‌

ସାବାଲେଙ୍କା-ଝେଙ୍ଗ୍ ମହିଳା ଫାଇନାଲ୍‌

ମେଲ୍‌ବର୍ଣ୍ଣ : ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ବେଲାରୁଷର ଆର‌୍ୟ୍ୟାନ୍ ସାବାଲେଙ୍କା ଏବଂ ଚୀନ୍‌ର କ୍ୱିନ୍‌ୱେନ୍ ଝେଙ୍ଗ୍‌ଙ୍କ ମଧ୍ୟରେ ହେବ । ଗୁରୁବାର ରଡ୍ ଲେଭର୍ ଏରିନାରେ ଅନୁଷ୍ଠିତ ଏକ ଘଣ୍ଟା ୪୨ ମିନିଟ୍‌ର ସେମିଫାଇନାଲ୍‌ରେ ସାବାଲେଙ୍କା ଆମେରିକାର ଯୁବ ଖେଳାଳି ଚତୁର୍ଥ ସିଡ୍ କୋକୋ ଗଫ୍‌ଙ୍କୁ ୭-୬ (୭-୨), ୬-୪ ସିଧା ସେଟ୍‌ରେ ହରାଇଛନ୍ତି । ଏହି ବିଜୟ ସହ ସାବାଲେଙ୍କା ଗତବର୍ଷ ୟୁଏସ୍ ଓପନ୍ ଫାଇନାଲ୍ ପରାଜୟ ପ୍ରତିଶୋଧ ନେଇଛନ୍ତି । ଅଷ୍ଟ୍ରେଲିଆ ଓପନ୍ ଫାଇନାଲ୍‌ରେ ପ୍ରବେଶ କରିବା ସହିତ ସାବାଲେଙ୍କା ୨୦୧୬ ଓ ୨୦୧୭ରେ ସେରେନା ୱିଲିଅମ୍ସଙ୍କ ପରେ ପଛକୁ ପଛ ଗ୍ରାଣ୍ଡ୍‌ସ୍ଲାମ୍ ଫାଇନାଲ୍‌ରେ ସ୍ଥାନ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ।

ଏହି ବିଜୟ ସହିତ ସାବାଲେଙ୍କା ପ୍ରଥମ ମହିଳା ଖେଳାଳି ଭାବେ ଭିକ୍ଟୋରିଆ ଆଜାରେଙ୍କା (୨୦୧୩) ପରେ ମେଲବର୍ଣ୍ଣ ପାର୍କରେ ଟାଇଟଲ୍ ଡିଫେଣ୍ଡ୍ କରିବା ସ୍ଥିତିରେ ପହଞ୍ଚିଛନ୍ତି । ଅନ୍ୟ ସେମିଫାଇନାଲ୍‌ରେ ଦ୍ୱାଦଶ ସିଡ୍ ଚୀନ୍‌ର କ୍ୱିନ୍‌ୱେନ୍ ଝେଙ୍ଗ୍ ୟୁକ୍ରେନ୍‌ର ୨୩ ବର୍ଷୀୟା କ୍ୱାଲିଫାୟର୍ ଡାୟାନା ୟାସ୍ତ୍ରେମ୍‌ସ୍କାଙ୍କୁ ସହଜ ଭାବେ ୬-୪, ୬-୪ ସିଧା ସେଟ୍‌ରେ ହରାଇ ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ବିଶ୍ୱ ର‌୍ୟାଙ୍କିଙ୍ଗ୍‌ର କ୍ୟାରିୟର୍ ଶ୍ରେଷ୍ଠ ୧୩ଶ ସ୍ଥାନ ହାସଲ କରିଥିବା ଝେଙ୍ଗ୍‌ଙ୍କ ଏହା ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking