28.1 C
Bhubaneswar
Monday, October 21, 2024
Homeଓଡିଶାପୋଲିଂ କର୍ମଚାରୀଙ୍କ ପାଇଁ ସୁଯୋଗ; ଯେଉଁଠି ଡ୍ୟୁଟି, ସେଇଠି ଭୋଟ୍‌

ପୋଲିଂ କର୍ମଚାରୀଙ୍କ ପାଇଁ ସୁଯୋଗ; ଯେଉଁଠି ଡ୍ୟୁଟି, ସେଇଠି ଭୋଟ୍‌

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଜୋରସୋରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହା ମଧ୍ୟରେ ସାଧାରଣ ନିର୍ବାଚନରେ ପୋଲିଂ ଅଧିକାରୀଙ୍କ ପାଇଁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ପୋଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ସେମାନଙ୍କ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ପଡ଼ି ରହିଥିଲେ ସେମାନଙ୍କ ପାଇଁ ହୋମ୍ ଭୋଟିଂ ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଟାଇମ୍ ଲାଇନ୍ ଅନୁସାରେ ଚାଲିଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିଛି, ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଏଥିନିମନ୍ତେ ପ୍ରଥମେ ଇଭିଏମ ଚେକିଂ ହେଲା । ଭୋଟର୍ ତାଲିକା ପ୍ରସ୍ତୁତ ହେଲା । ଇଭିଏମ୍‌ରେ କିପରି ଭୋଟ୍ ଦିଆଯିବ ବୁଥ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରାଯାଉଛି । ଏଥିନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ୫ ବର୍ଷ ମଧ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ବହୁ ଯୁବ ଭୋଟର୍ ସୃଷ୍ଟି ହୋଇଛନ୍ତି । ଭୋଟିଂର ଅନୁଭୂତି ଅତୁଳନୀୟ । ଖୁବ୍‌ଶୀଘ୍ର ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ଆସିବେ । ହେଲେ ଏ ନେଇ ତାରିଖ ଧାର୍ଯ୍ୟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking