29.1 C
Bhubaneswar
Sunday, October 20, 2024
Homeଅପରାଧଦଶମଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ

ଦଶମଶ୍ରେଣୀ ଛାତ୍ରୀ ୫ ମାସର ଗର୍ଭବତୀ

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି ।

ସୂଚନା ଅନୁଯାୟୀ, ଛାତ୍ରୀ ଜଣଙ୍କୁ ତାଙ୍କ ସହପାଠୀ ବଳାତ୍କାର କରିଥିବା ଓ ଏନେଇ କାହାରିକୁ ନ କହିବା ପାଇଁ ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଫଳରେ ଛାତ୍ରୀ ଜଣକ ଘରେ କିମ୍ବା ଅନ୍ୟ ସହପାଠୀଙ୍କୁ କହିବାକୁ ଭୟ କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ଆଣି ଚିକିତ୍ସା କରିବାରୁ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା ବୋଲି ପୋଲିସ କହିଛି । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି କହିଛି । ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ସିଡିପିଓ ଅଞ୍ଜଳି ମହାପାତ୍ର କହିଛନ୍ତି, ପରିବାର ଓ ସେ ମିଶି ଦାରିଙ୍ଗବାଡ଼ି ଥାନାରେ ଘଟଣା ସମ୍ପର୍କରେ ଏତଲା ଦେଇଛନ୍ତି । ସେ ମଧ୍ୟ ଘଟଣା ସମ୍ପର୍କରେ ଜିଲା ପ୍ରଶାସନକୁ ଜଣାଇବା ସହ ନିଜେ ମଧ୍ୟ ଘଟଣାର ତଦନ୍ତ କରୁଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking