31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶହନିମୁନ୍ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ....

ହନିମୁନ୍ ପାଇଁ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ; ଶେଷରେ କ’ଣ ହେଲା ଜାଣନ୍ତୁ….

ଭୋପାଳ: ନୂଆ ନୂଆ ବାହାଘର । ହନିମୁନ୍ ପାଇଁ ଆଗ୍ରହୀ ଥିଲା ସ୍ତ୍ରୀ । ସ୍ୱାମୀଙ୍କୁ କହିଥିଲେ ଗୋଆ ଯିବାକୁ । ହେଲେ ଗୋଆ ବଦଳରେ ଅଯୋଧ୍ୟା ଓ ବାରଣାସୀକୁ ନେଇଗଲେ ସ୍ୱାମୀ । ଫଳରେ ସ୍ତ୍ରୀ ରାଗିଯାଇ ଛାଡ଼ପତ୍ର ଆବେଦନ କରିଛନ୍ତି । ବିବାହର ମାତ୍ର ୫ ମାସ ପରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ନିକଟରୁ ଛାଡ଼ପତ୍ର ମାଗିଛନ୍ତି । ସ୍ତ୍ରୀକୁ ଗୋଆରେ ହନିମୁନ୍ ପ୍ରତିଶ୍ରୁତି ଦେବା ପରେ ତାଙ୍କୁ ଅଯୋଧ୍ୟା ଏବଂ ବାରାଣାସୀକୁ ନେବା ଯୋଗୁ ଏପରି କାଣ୍ଡ ଘଟିଛି । ସୂଚନା ଅନୁସାରେ ଦମ୍ପତି ଜଣକ ଯାତ୍ରାରୁ ଫେରିବାର ୧୦ ଦିନ ପରେ ଜାନୁଆରୀ ୧୯ ତାରିଖରେ ଏହି ଘଟଣା ଘଟିଛି । ମଧ୍ୟପ୍ରଦେଶରୁ ଏପରି ଏକ ଖବର ସାମ୍‌ନାକୁ ଆସିଥିବାବେଳେ ଭୋପାଳ ପରିବାର କୋର୍ଟରେ ପହଞ୍ଚିଛି ମାମଲା । ମହିଳା ଜଣକ ତାଙ୍କ ଛାଡପତ୍ର ଆବେଦନରେ ଲେଖିଛନ୍ତି, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି । ସେ ଭଲ ଦରମା ମଧ୍ୟ ପାଆନ୍ତି । ସେ ବି ଜଣେ କର୍ମଜୀବୀ ମହିଳା । ସେମାନଙ୍କ ଆର୍ôଥକ ସ୍ଥିତି ଭଲ ରହିଛି । ତେଣୁ ହନିମୁନ୍ ପାଇଁ ବିଦେଶ ଯିବା ସେମାନଙ୍କ ପାଇଁ ବଡ଼ କଥା ନୁହେଁ । ହେଲେ ଆର୍ôଥକ ସ୍ଥିତି ଭଲ ଥିବା ସତ୍ତ୍ୱେ ତାଙ୍କୁ ହନିମୁନ୍‌ରେ ବିଦେଶ ଯିବାକୁ ତାଙ୍କ ସ୍ୱାମୀ ମନା କରିଛନ୍ତି ।

ଆଉ ଭାରତରେ ବୁଲିବାକୁ ଜିଦ୍ ଧରିଥିଲେ । ପରେ ହନିମୁନ୍ ପାଇଁ ଗୋଆ କିମ୍ବା ଦକ୍ଷିଣ ଭାରତ ପରିଦର୍ଶନ କରିବାକୁ ରାଜି ହୋଇଥିଲେ । ହେଲେ ତାଙ୍କୁ ନ ଜଣାଇ ଅଯୋଧ୍ୟା ଏବଂ ବାରଣାସୀକୁ ବିମାନ ବୁକ୍ କରିଥିଲେ । ହନିମୁନ୍‌ର ଗୋଟିଏ ଦିନ ପୂର୍ବରୁ ଏହି ଯୋଜନା କରିଥିଲେ ସ୍ୱାମୀ । ହେଲେ ତାଙ୍କୁ ଜଣାଇନଥିଲେ । ପରେ ତାଙ୍କ ଶାଶୁ ଅଯୋଧ୍ୟା ଯିବାକୁ ଇଚ୍ଛା କରିଥିବା ଜଣିବାକୁ ପାଇଥିଲେ । ସେଥିପାଇଁ ସେ ବିରୋଧ କରିନଥିଲେ । କୌଣସି ଯୁକ୍ତି ନକରି ଅଯୋଧ୍ୟା ଓ ବାରଣାସୀ ଯାଇଥିଲେ । ତେବେ ସେମାନେ ତୀର୍ଥସ୍ଥାନରୁ ଫେରିବା ମାତ୍ରେ ସେ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଁ ପରିବାର କୋର୍ଟରେ ପହଞ୍ଚିଥିଲେ । ତାଙ୍କ ପକ୍ଷ ରଖି କୋର୍ଟରେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ପରିବାର ସଦସ୍ୟଙ୍କ ଯତ୍ନ ନେଉଛନ୍ତି । ସେପଟେ ଏହି ଘଟଣାରେ ସ୍ୱାମୀ ପାଲଟା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ତାଙ୍କ ପତ୍ନୀ କିଛି ନବୁଝି କେବଳ ଝଗଡ଼ା କରୁଛନ୍ତି । ଏହି ମାମଲାକୁ ନେଇ ଭୋପାଳ ପରିବାର କୋର୍ଟରେ କାଉନସେଲିଂ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking