31.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶଆଜି ଜାତୀୟ କନ୍ୟା ସନ୍ତାନ ଦିବସ

ଆଜି ଜାତୀୟ କନ୍ୟା ସନ୍ତାନ ଦିବସ

ନୂଆଦିଲ୍ଲୀ :ଆଜି ହେଉଛି ଜାତୀୟ କନ୍ୟା ସନ୍ତାନ ଦିବସ । ପ୍ରତିବର୍ଷ ଆଜିର ଦିନକୁ ସାରା ଭାରତରେ ” ଜାତୀୟ କନ୍ୟା ସନ୍ତାନ ଦିବସ ” ଭାବେ ପାଳନ କରାଯାଏ । ୨୦୦୮ ମସିହାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଦ୍ୱାରା ଏହି ଦିନ ପାଳନ ପାଇଁ ଘୋଷଣା କରାଯାଇଥିଲା । ବାଳିକା ଶିଶୁମାନଙ୍କ ଅସମାନତା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନ ପାଳନ କରାଯାଉଛି । ବାଳିକାମାନଙ୍କର ବିକାଶ ପାଇଁ “ବେଟି ବଚାଓ , ବେଟି ପଢ଼ାଓ ” ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା । ସମାଜରେ ସଚେତନତା ସୃଷ୍ଟି କରିବା ଏବଂ ବାଳିକା ଓ ମହିଳାମାନେ ସମ୍ମୁଖୀନ ହେଉଥିବା ଭେଦଭାବ, ଅସମାନତା ଏବଂ ଶୋଷଣର ସମସ୍ୟା ଦୂର କରିବା ହେଉଛି ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ । କଥାରେ ଅଛି , ଯଦି ଗୋଟେ ପୁଅ ଶିକ୍ଷିତ ହୁଏ ତେବେ ସେ ନିଜେ ହିଁ ଶିକ୍ଷିତ ହୁଏ କିନ୍ତୁ ଯଦି ଗୋଟେ ଝିଅ ଶିକ୍ଷିତ ହୁଏ ତେବେ ଗୋଟେ ପରିବାର ଶିକ୍ଷିତ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking