29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶ୩ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ

୩ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ୩ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ହେଉଛନ୍ତି ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ ହେଲପର ସଚିନ୍ ୱାନଖଡେ। ସମସ୍ତେ ମୁମ୍ବାଇ ଡିଭିଜନ ସିଗନାଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ସିଗନାଲ୍ ପଏଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଠାରେ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇଥିଲେ ୩କର୍ମଚାରୀ। ହଠାତ ଭାସାଇ ରୋଡ୍ ଏବଂ ନାଇଗାଓନ୍ ମଧ୍ୟରେ ଯାଉଥିବା ଏକ ଲୋକାଲ ଟ୍ରେନ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ବିଭାଗୀୟ ରେଳ ପରିଚାଳକ ଏବଂ ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ କରୁଛି ରେଳ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking