ଭୁବନେଶ୍ୱର : ରେଳଧାରଣାରେ ପଡିଛି ଅଜଣା ମୃତଦେହ । ଭୁବନେଶ୍ୱର ବାଣୀବିହାର ରେଳ ଧାରଣା କଡରେ ପଡିଛି ଅଜଣା ମୃତଦେହ । ସହିଦ ନଗର ଥାନା ପୋଲିସ ଏବଂ ଜିଆର୍ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳୁ ସକାଳୁ କିଛି ଲୋକେ ବାଣୀବିହାର ରେଳ ଷ୍ଟେସନ ନିକଟ ଟ୍ରେନ୍ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଜିଆର୍ପିକୁ ଖବର ଦେଇଥିଲେ । ଉଭୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ତେବେ ଟ୍ରେନ୍ ଲାଇନ୍ରେ କଟି ଯୁବକଙ୍କର ମୃତ୍ୟୁ ହୋଇଛି ନା ଆଉ କିଛି ରହିଛି । ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।