28.1 C
Bhubaneswar
Sunday, September 22, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ଫେରାର ହେଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ଫେରାର ହେଲା ସ୍ୱାମୀ

ଭୁବନେଶ୍ୱର: ବିବାହର ବିତି ଯାଇଥିଲା ୧୪ ବର୍ଷ । କୋଳକୁ ଦୁଇଟି ଛୁଆ ମଧ୍ୟ ଆସିଥିଲେ । କିନ୍ତୁ ସ୍ୱାମୀ ମନ ପୁରିନଥିଲା । ସନ୍ତାନର ଖୁସିକୁ ସେ ଗ୍ରହଣ କରିପାରୁ ନଥିଲା । ଦୁଇଟି ଯାକ ଝିଅ ହିଁ କଣ ପାଇଁ ହେଲା.. ଏନେଇ ପତ୍ନୀଙ୍କୁ ମାରଧର କରୁଥିଲା । ତା’ଉପରେ ବଳି ଯାଇଥିଲା ଯୌତୁକଜନିତ ଅତ୍ୟାଚାର । ଶେଷରେ ଜୀବନ ନେଇଗଲା ସୈତାନ ସ୍ୱାମୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଛି । ପରେ ନ୍ୟାୟ ଦାବିରେ ଅଡ଼ି ବସିଲେ ପରିବାର ଲୋକେ । ପୋଲିସ ପ୍ରତିଶ୍ରୁତି ଦେବା ପରେ ହେଲା ମୃତଦେହ ବ୍ୟବଚ୍ଛେଦ । ଭଦ୍ରକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ, ପୁରୁଣାବଜାର ଥାନା ମିର୍ଜାପୁର ଗାଁର ରୁନୁ ବିବି ୧୪ ବର୍ଷ ତଳେ ଗୁଜିଦରଡ଼ା ଗାଁର ସେକ୍ ମୋଜଲ ହୋସେନଙ୍କୁ ବିବାହ କରିଥିଲେ ।

ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଯୌତୁକ ଦାବିରେ ଏବଂ ଦୁଇଟି କନ୍ୟା ସନ୍ତାନ ହୋଇଥିବାରୁ ଶାଶୁଘରେ ନିର୍ଯାତନାର ଶିକାର ହୋଇ ଆସୁଥିଲେ ରୁନୁ । ତେବେ ଗତ ସୋମବାର ପାରିବାରିକ କଳହ ପରେ, ମୋଜଲ ନିଜ ପତ୍ନୀ ରୁନୁଙ୍କୁ ଭୁଜାଲିରେ ହାଣି ହତ୍ୟା କରି ଫେରାର୍ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking