ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ପ୍ରତି ରାଜ୍ୟରୁ ଆଦିବାସୀ ଅତିଥିମାନଙ୍କୁ କର୍ତ୍ତବ୍ୟ ପଥର ଭିଆଇପି ଗ୍ୟାଲେରୀରେ ବସି ପରେଡ ଦେଖିବାକୁ ଆମନ୍ତ୍ରଣ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାରୁ କୁଟିଆ କନ୍ଧ ସମାଜରୁ ଦୁଇଜଣ ନିମନ୍ତ୍ରଣ ପାଇ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ସେମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବିଲାମାଳ ପଞ୍ଚାୟତର ବୀରେନ୍ଦ୍ର ମାଝୀ ଓ ବେଲଘର ପଞ୍ଚାୟତର ହାରାମଣି ଜାନି ।
ଉଭୟ ବେଲଘର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମୋନୋନୀତ ହୋଇ ଯାଇଛନ୍ତି । ତାଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ ମଙ୍ଗଳ ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ ଦିଲ୍ଲୀରେ ନେଇ ପହଞ୍ଚିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗରେ ଦେବେ । ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସହ ପ୍ୟାରେଡ ମଧ୍ୟ ଦେଖିବେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମେତ ୧୮ ଟି ରାଜ୍ୟର ପିଭିଟିଜି ସମ୍ପ୍ରଦାୟର ଅତିଥି ଏହି ପ୍ୟାରେଡ ଦେଖିବା ସୁଯୋଗ ପାଇବେ ।