ନୂଆଦିଲ୍ଲୀ : ସୋମବାର ଦକ୍ଷିଣ-ପଶ୍ଚିମ ଚୀନର ପାର୍ବତ୍ୟାଞ୍ଚଳ ୟୁନାନ ପ୍ରଦେଶରେ ଭୂସ୍ଖଳନ ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୯ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ, ଏହି ଭୂସ୍ଖଳନ ବେଜିଂର ସ୍ଥାନୀୟ ସମୟ ଅନୁସାରେ, ସକାଳ ୫ଟା ୫୧ ମିନିଟ୍ରେ ଝାଓତୋଙ୍ଗ ସହରର ଲିୟାଙ୍ଗଶୁଇରେ ହୋଇଛି। ଉଦ୍ଧାରକାରୀ ଟିମ୍ ଟିମ୍ କହିଛନ୍ତି ଯେ ଏହି ଭୂସ୍ଖଳନରେ ୧୮ଟି ବିଟିଂ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ୪୭ ଜଣ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଭୂସ୍ଖଳନ ପରେ ଭଗ୍ନାବଶେଷ ତଳେ ଚାପି ହୋଇଥୁବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଏହି ଅଭିଯାନରେ ୩୩ଟି ଦମକଳ ଗାଡ଼ି, ୧୦ଟି ଲୋଡିଂ ମେସିନ ସହ ୨୦୦ରୁ ଊର୍ଦ୍ଧ୍ବ ଉଦ୍ଧାରକର୍ମୀ ନିୟୋଜିତ ହୋଇ ନିଖୋଜ ଲୋକଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି ।