18.1 C
Bhubaneswar
Sunday, November 17, 2024
Homeଓଡିଶାଯୁବକଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ଜେଏମଏଫସି...

ଯୁବକଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଲେ ଜେଏମଏଫସି କୋର୍ଟ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡା ଜେଏମଏଫସି କୋର୍ଟ ଆଜି ଏକ ଚୋରି ମାମଲାର ଶୁଣାଣି କରିଛନ୍ତି l ଅଭିଯୁକ୍ତକୁ ଦୁଇବର୍ଷ ଶଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ।ସୂଚନାଯୋଗ୍ୟ ଯେ ମୋରଡା ଥାନା ଅନ୍ତର୍ଗତ ଟିଆସିଁ ଗ୍ରାମର ପେଶାଦାର ଅପରାଧି ସଞ୍ଜିତ ନାୟକ ଅରଫ ଗୁଲଠୁ କୁ ଜେଏମଏଫସି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସଞ୍ଜିତ ନାୟକ ଅରଫ ଗୁଲଠୁ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁଥିବା ଜଣାପଡିଛି । ତେବେ ଘରେ ପଶି ଚୋରି କରିଥିବା ମାମଲାର ମୋରଡା ଜେଏମଏଫସି କୋର୍ଟରେ ଶୁଣାଣି ଥିଲା । ମୋରଡା ଥାନା ଅନ୍ତର୍ଗତ ସମାୟଡିହି ଗ୍ରାମର ଭୁଗୁଲ ମାରାଣ୍ଡି ଙ୍କ ଘରୁ ଚାଉଳ,ଘଙ୍ଗୁରୁ, ଟର୍ଚ ଓ କୁକୁଡ଼ା ଚୋରି ହୋଇଥିବା ଲିଖିତ ଅଭିଯୋଗ ମୋରଡା ଥାନାରେ ହୋଇଥିଲା । ଯାହାକୁନେଇ ମୋରଡା ପୋଲିସ ତଦନ୍ତ ପରେ ଟିଆସିଁ ଗ୍ରାମର ସଞ୍ଜିତ ନାୟକ ଅରଫ ଗୁଲଠୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ଘଟଣାର ବିଚାର ମୋରଡା ଜେଏମଏଫସି କୋର୍ଟରେ ଚାଲିଥିଲା । ଆଜି ଉକ୍ତ ଘଟଣାର ବିଚାରରେ ଛଅ ଜଣଙ୍କର ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିବା ଜଣାପଡିଛି । ସାକ୍ଷୀ ପ୍ରମାଣକୁ ଭିତ୍ତିକରି ମୋରଡା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ସିପ୍ରା ପ୍ରିୟଦର୍ଶିନୀ ଅଭିଯୁକ୍ତ ସଞ୍ଜିତ ନାୟକ ଅରଫ ଗୁଲଠୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଓ କ୍ଷତିପୂରଣ ବାବଦକୁ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଥିବା ସୂଚନା ଦେଇଛନ୍ତି ସରକାରୀ ଏପିପି ସମ୍ବିତ ଦାସ । ଉକ୍ତ ମାମଲାର ଯୁକ୍ତି ବାଢିଥିଲେ ସରକାରୀ ଓକିଲ ସମ୍ବିତ ଦାସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking