30.1 C
Bhubaneswar
Monday, September 23, 2024
Homeଦେଶ ବିଦେଶଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା

ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ଏକ କୋଟି ଘରର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ରଖାଯାଇଛି। ଯୋଜନାର ଶୁଭାରମ୍ଭ କରିବାକୁ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ଲକ୍ଷ୍ୟ । ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌରଶକ୍ତି ସ୍ଥାପନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଏକ ବିଶାଳ ଜାତୀୟ ଅଭିଯାନ ଆରମ୍ଭ କରାଯିବ।ଏହି ଯୋଜନାରେ ଛାତ ଉପରେ ସୌରଶକ୍ତି ସ୍ଥାପନ ମାଧ୍ୟମରେ ନିମ୍ନ ଓ ମଧ୍ୟମ ଆୟକାରୀଙ୍କୁ ବିଜୁଳି ଯୋଗାଇଦେବା ସହ ବଳକା ବିଦ୍ୟୁତ ଉତ୍ପାଦନ ପାଇଁ ଅତିରିକ୍ତ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି। ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌର ଶକ୍ତି ସ୍ଥାପନ ପାଇଁ ସଚେତନ କରିବା ସକାଶେ ଏକ ବୃହତ ଜାତୀୟ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking