27.1 C
Bhubaneswar
Monday, September 23, 2024
Homeଅପରାଧସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା ନୃଶଂସ ସ୍ବାମୀ

ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କଲା ନୃଶଂସ ସ୍ବାମୀ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜି ଦରଡ଼ା ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ସ୍ତ୍ରୀକୁ ଭୁଜାଲିରେ ହାଣି ହତ୍ୟା କରିଛି ନୃଶଂସ ସ୍ବାମୀ।ଅଭିଯୋଗ ଅନୁଯାୟୀ ସ୍ବାମୀ ସେକ ମୋଜାଲ ହୋସେନ ଓ ତାଙ୍କ ସ୍ତ୍ରୀ ରାନୁ ବିବିଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହୁଥିଲା । ଏପରିକି ଘଟଣା ଥାନାକୁ ଯାଉଥିଲା। ଗତକାଲି ଏହି ପାରିବାରିକ ବିବାଦ ଉଗ୍ର ରୂପ ନେଇଥିଲା । ହଠାତ୍ ଅଭିଯୁକ୍ତ ସ୍ବାମୀ ମୋଜାଲ ହୋସେନ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଓ ବିଚାର ଲୋକେ ଗୁରୁତର ଅବସ୍ଥାରେ ରାନୁ ବିବିଙ୍କୁ ଭଦ୍ରକ ଜିଲ୍ଲା ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ।କୁ ମୃତ ଘୋଷଣା କରିଥିଲେ। ମୃତ ରାନୁ ବିବିଙ୍କ ୩ଟି ଛୋଟ ଝିଅ ଅଛନ୍ତି। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାର ତଦନ୍ତ କରୁଛି । ଫେରାର ସ୍ବାମୀକୁ ଗିରଫ କରିବା ପାଇଁ ତନାଘନା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking