19.1 C
Bhubaneswar
Friday, November 22, 2024
Homeଓଡିଶାସଡକ ଦୁର୍ଘଟଣା : ଶଗଡ଼ ଗାଡିକୁ ପିଟିଲା ସ୍କୁଟି

ସଡକ ଦୁର୍ଘଟଣା : ଶଗଡ଼ ଗାଡିକୁ ପିଟିଲା ସ୍କୁଟି

ଗଜପତି : ଗଜପତି ଜିଲ୍ଲା କାଶିନଗର ଥାନା ଅନ୍ତର୍ଗତ ଦେବଦଳା ନିକଟସ୍ଥ ବୈଧ ମନ୍ଦିର ନିକଟରେ ସ୍କୁଟିରେ ଯାଉଥିବା ସମୟରେ ସେଠାରେ ଥିବା ପେଟ୍ରୋଲ୍ ପମ୍ପ ଠାରେ ଘଟିଛି ଏଭଳି ସଡ଼କ ଦୁର୍ଘଟଣା । ଶଗଡ଼ ଗାଡିକୁ ପିଟିଲା ସ୍କୁଟି । ଆହତ ହୋଇଗଲେ ସ୍କୁଟି ଚାଳକ। ଘନ କୁହୁଡି ଯୋଗୁ ଲଗାତାର ଭାବେ ହେଉଛି ଦୁର୍ଘଟଣା ।ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ତେବେ ସୂଚନା ଅନୁଯାୟୀ,ଯୁବକ ଜଣକ ସୀତାପୁରରୁ ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟ ଯାଉଥିଲେ । ସକାଳ ପ୍ରାୟ 6 ଘଣ୍ଟିଆ ସମୟ ହୋଇଥିବାରୁ ଘନ କୁହୁଡିର ତାଙ୍କୁ ରାସ୍ତା ଭଲ ଭାବରେ ଦୃଶ୍ୟମାନ ହୋଇନଥିଲା । ଯାହାଫଳରେ ସେ ତାଙ୍କ ସ୍କୁଟିକୁ ଏକ ଶଗଡ଼ ଗାଡ଼ିରେ ପିଟି ଦେଇଥିଲେ । ତେବେ ଛାତ୍ର ଜଣକ ଏନସିସି କ୍ଳାସ ପାଇଁ ଯାଉଥିବା ବେଳେ କୁହୁଡି ଯୋଗୁ ସମ୍ମୁଖ ରେ ଥିବା ଶଗଡ଼ ଗାଡି ସହ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କୁ ସଂଗେ ସଂଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସୂଚନା ମୁତାବକ ଉକ୍ତ ଛାତ୍ର ଜଣଙ୍କ ସେଞ୍ଚୁରିୟାନ୍ ବିଶ୍ଵବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲାବେଳେ ଏହା ପରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ପଲାସା ସ୍ଥାନାନ୍ତର କରାଯିବ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking