19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା : ହାଫ-ଡେ’ ହେବ ଏକାଧିକ ହସ୍ପିଟାଲ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା : ହାଫ-ଡେ’ ହେବ ଏକାଧିକ ହସ୍ପିଟାଲ

ନୂଆଦିଲ୍ଲୀ: ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତର ପ୍ରଦେଶ ସରକାର ସମଗ୍ର ରାଜ୍ୟରେ ଏକଦିବସୀୟ ଛୁଟି ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ର ସରକାର ମଧ୍ୟ ଅର୍ଦ୍ଧ-ଦିବସୀୟ ଛୁଟି ଘୋଷଣା କରିଛନ୍ତି ।ଏହିକ୍ରମରେ ଦିଲ୍ଲୀ ଏମ୍ସ ଓ ଦିଲ୍ଲୀର ଏକାଧିକ ହସ୍ପିଟାଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ଦିଲ୍ଲୀ ମଧ୍ୟ ହାଫ-ଡେ’ ବନ୍ଦ ରହିବ । ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ ୨.୩୦ରେ ଏମ୍ସରେ ରୋଗୀ ସେବା ଆରମ୍ଭ ହେବ । ସଂସ୍ଥାନ ପକ୍ଷରୁ ଏକ ପ୍ରେସରିଲିଜ ଜାରି କରାଯାଇ ଏହି ଘୋଷଣା କରାଯାଇଛି । ତେବେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଉକ୍ତ ଦିନ ଜରୁରୀକାଳୀନ ଓ୍ବାର୍ଡ ପୂର୍ବପରି କାର୍ୟ୍ୟକ୍ଷମ ରହିବ । ସେହିପରି ‘ଏମ୍ସ’ ବ୍ୟତୀତ ଦିଲ୍ଲୀର ଅନ୍ୟାନ୍ୟ ଏକାଧିକ ପ୍ରମୁଖ ହସ୍ପିଟାଲ ମଧ୍ୟ ହାଫ-ଡେ’ ଘୋଷଣା କରିଛନ୍ତି । ଲେଡି-ହାର୍ଡିଙ୍ଗ ଓ ସଫଦରଜଙ୍ଗ ହସ୍ପିଟାଲ ସମେତ ଦିଲ୍ଲୀର ଅନେକ ପ୍ରମୁଖ ହସ୍ପିଟାଲ ଅଧା ଦିନ ଛଟି ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀର ସର୍ବାଧିକ ବ୍ୟସ୍ତବହୁଳ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲ ମଧ୍ୟ ରହିଛି । ରାମ ମନୋହର ଲୋହିଆ ହସ୍ପିଟାଲ ଓ ଅଟଳ ବିହାରୀ ଆର୍ୟୁବିଜ୍ଞାନ ସଂସ୍ଥାନ ଅପରାହ୍ନ ୨.୩୦ ପର୍ୟ୍ୟନ୍ତ ବନ୍ଦ ରହିବା ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking