30.1 C
Bhubaneswar
Monday, October 28, 2024
Homeଅପରାଧଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ

ଯୌତୁକ ଜୁଇରେ ଜଳିଲା ଆଉ ଜଣେ ନବବଧୂ

ମାଲକାନଗିରି : ୬ ମାସର ନବବଧୂକୁ ଶଶୁର ଘରଲୋକ ତଣ୍ଟିିଚିପି ହତ୍ୟା କରିଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଏନେଇ ଝିଅ ଘର ଲୋକ ଥାନାରେ ଅଭିଯୋଗ କରିବା ପରେ ଶଶୁର ଘରଲୋକ ଫେରାର ଅଛନ୍ତି। ମାଲକାନଗିରି ଜିଲ୍ଲା ସଦରର ଗୀତା ସେଠି ଗତ ଜୁଲାଇ ମାସରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମର ସୁଦାମ ସେଠିଙ୍କୁ ବାହା ହୋଇଥିଲେ । ହେଲେ ବିବାହର ୬ ମାସ ମଧ୍ୟରେ ଶଶୁର ଘରଲୋକେ ଯୌତୁକ ପାଇଁ ଗୀତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଏନେଇ ଗୀତା ତାଙ୍କ ଘର ଲୋକଙ୍କୁ ଜଣାଇବା ସହ ଆଉ ସ୍ୱାମୀ ପାଖକୁ ଯିବେନାହିଁ ବୋଲି ମଧ୍ୟ କହିଥିଲେ ।

କିନ୍ତୁ ବାପଘର ଲୋକ ଧୀରେଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ପାପଡାହାଣ୍ଡି ଶଶୁର ଘରକୁ ପଠେଇଦେଇଥିଲେ । ହେଲେ ଏହାର କିଛି ଦିନ ପରେ ଗୀତା ବେକରେ ରସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି ବୋଲି ଶ୍ୱଶୁର ଘର ଲୋକେ ଝିଅ ଘର ଲୋକଙ୍କୁ ଜଣାଇଥିଲେ । ଗୀତାଙ୍କ ମାଆ ସୁଷମା ସେଠି ଗୀତାଙ୍କ ସ୍ୱାମୀ, ଶାଶୁ, ନଣନ୍ଦ, ଭଣଜାଙ୍କ ନାରେ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ ପାପଡାହାଣ୍ଡି ଥାନାରେ ଦେଇଛନ୍ତି । ଅଭିଯୋଗ ପରେ ପୁଲିସ ଫେରାର ଶଶୁର ଘର ଲୋକଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking