30.1 C
Bhubaneswar
Monday, October 28, 2024
Homeଅପରାଧବାପଘରୁ ମଙ୍ଗଳସୂତ୍ର ଲୁଟିଲେ ଧରମ ଝିଅ

ବାପଘରୁ ମଙ୍ଗଳସୂତ୍ର ଲୁଟିଲେ ଧରମ ଝିଅ

ସୋର:  ବାପଘରକୁ କୁଣିଆ ହୋଇ ଆସିଥିବା ଧରମ ଝିଅ  ଘରେ ପଶି ଭାଉଜଙ୍କ ସୁନା ମଙ୍ଗଳସୂତ୍ର ଲୁଟିବାକୁ ନେଇ ଥାନାରେ ଅଟକ ରହିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ କୁରୁଣିଆ ଗ୍ରାମର ମଙ୍ଗଳ ଚରଣ ନାଥ ସୋର ପୌରପାଳିକା ଅନ୍ତର୍ଗତ କମରପୁର ଗ୍ରାମର ତନୁଶ୍ରୀ ଚକ୍ରବର୍ତ୍ତୀ ନାମକ ଜଣେ ଯୁବତୀଙ୍କୁ ଧରମ ଝିଅ କରିଥିଲେ । ଗତକାଲି ତନୁ ଧରମ ବାପା ମଙ୍ଗଳଙ୍କ ସହିତ କୁରୁଣିଆ ଯାଇଥିଲେ ।

ସେଠାରେ ମଙ୍ଗଳଙ୍କ ବୋହୂ ଅନ୍ନପୂର୍ଣ୍ଣା ବେହେରାଙ୍କ ଘର ଆଲମିରାରେ ଥିବା ଏକ ମଙ୍ଗଳସୂତ୍ରକୁ ଚୋରି କରି ପଳାଇ ଆସିଥିଲା । ପରିବାର ଲୋକ ଏହା ଜାଣିପାରି ତନୁକୁ ଘରେ ଅଟକାଇ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନୁ ଏବଂ ଧରମ ବାପାକୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏନେଇ ବୋହୂ ଅନ୍ନପୂର୍ଣ୍ଣା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking