28.1 C
Bhubaneswar
Monday, October 28, 2024
Homeଓଡିଶାଟ୍ରକ୍ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଟ୍ରକ୍ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ

ସାଲେପୁର:  ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ଟ୍ରକ୍ ଚାଳକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିବାବେଳେ ଟ୍ରକ୍ ଚାଳକଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ଜଣାଯାଇଛି । ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତ୍ରିରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ହରିଚନ୍ଦନପୁର ବ୍ୟାରେଜ୍ ପୋଲ ଉପରେ ନିଜେ ଚଳାଉଥିବା ଟ୍ରକ୍‌ର ବାମ ପାଶ୍ୱର୍ର ପଛ ଚକ ତଳେ ଚାପି ହୋଇ ଟ୍ରକ୍ ଚାଳକ ତିଗିରିଆ ଅଞ୍ଚଳର ସୁଧିର ପରିଡ଼ା ମୃତ୍ୟୁବରଣ କରିଥିଲେ ।

ସୁଧିରଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ସୁଧିର ନିଜେ ଗାଡ଼ି ଚଳାଉଥିବାବେଳେ କେଉଁ ପରିସ୍ଥିତିରେ ଟ୍ରକ୍‌ର ବାମପାଶ୍ୱର୍ ପଛଚକ ତାଙ୍କ ମୁଣ୍ଡ ଉପରେ ଚଢ଼ିଲା, ତାହାନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସୁଧିରକୁ କେହି ହତ୍ୟାକରି ତାଙ୍କ ଉପରେ ଟ୍ରକ୍ ମଡାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । କିଶୋରନଗର ଓ ସାଲେପୁର ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଓ ଟ୍ରକ୍ ଜବତକରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking