27.1 C
Bhubaneswar
Tuesday, October 29, 2024
Homeଓଡିଶା୧୨ଦିନର ଶିଶୁକନ୍ୟା ଉଦ୍ଧାର

୧୨ଦିନର ଶିଶୁକନ୍ୟା ଉଦ୍ଧାର

କୁଆଁପାଳ:  ଶିଶୁ ସୁରକ୍ଷା ଆଇନକୁ ଉଲଘଂନ କରି ଏକ ନବଜାତ ଶିଶୁକନ୍ୟାକୁ ଘରେ ରଖିଥିବା ଅଭିଯୋଗ କରି ମାହାଙ୍ଗା ଥାନା ପଣସପୁର ଅରଗଳିଆ ଗ୍ରାମରେ କଟକ ଜିଲ୍ଲା ଶିଶୁ ସୁରକ୍ଷା ସେଲ୍ ପକ୍ଷରୁ ଚଢାଉ ହୋଇଛି । ପ୍ରକାଶ ଯେ ଶିଶୁ ଚୋରି ସନ୍ଦେହକରି ଏହି ଗାଁର ସୁଦାମ ସାହୁଙ୍କ ପୁଅ ବାପି ସାହୁଙ୍କ ଘରେ କଟକ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଚଢାଉ କରି ଏକ ୧୨ଦିନର ଶିଶୁକନ୍ୟାକୁ ଉଦ୍ଧାର କରିଛି । ପ୍ରକାଶ ଯେ ବିବାହର ୬ବର୍ଷ ପରେ କୌଣସି ସନ୍ତାନସନ୍ତତି ନହେବାରୁ ବାପି ସାହୁ ଏହି ବାରଦିନର ଶିଶୁ କନ୍ୟାଟିକୁ ଜଣେ ସମ୍ପର୍କୀୟଙ୍କଠାରୁ ଆଣିଥିଲେ ବୋଲି ସଫେଇ ଦେଲେ ବି ସେ ସଂପର୍କିତ କୌଣସି ଦସ୍ତାବିଜ୍ ସିଡବ୍ଲୁସି ଅଫିସରଙ୍କୁ ଦେଖାଇପାରି ନଥିଲେ । ସିଡବ୍ଲୁସି ଅଫିସକୁ ଏ ସଂପର୍କରେ ସୂଚନା ମିଳିବା ପରେ ମାହାଙ୍ଗା ଥାନା ପୋଲିସ ସହାୟତାରେ ଏହି ଚଢାଉ କାର୍ଯ୍ୟକ୍ରମ କରାଯାଇଥିଲା । ଉଦ୍ଧାର ଶିଶୁ କନ୍ୟାଟିକୁ କଟକ ନିଆଯାଇଥିଲା ବେଳେ ଘଟଣାର ବିଧିବଦ୍ଧ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସି.ଡବ୍ଲୁ.ସି. ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking