32.1 C
Bhubaneswar
Saturday, October 19, 2024
Homeଓଡିଶାଋଣ ସୁଝି ନପାରିବାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଋଣ ସୁଝି ନପାରିବାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ : ଋଣ ସୁଝି ନପାରିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀଙ୍କ ନାଁ କେଶବ ମଳିକ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୁରୁସିଆ ଗାଁରେ । ଘରେ କେହି ନଥିବା ସମୟରେ ଆଜି ପାଇଖାନା ଭିତରେ ବେକରେ ରଶି ଲଗାଇ କେଶବ ମଲିକ ଝୁଲିପଡ଼ିଥିଲେ ବୋଲି ଅଭିଯୋଗ ହୋଇଛି । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନା ଆଣିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

କେଶବ ନିଜ ଜମି ସହିତ କିଛି ଭାଗଚାଷ ମଧ୍ୟ କରୁଥିଲେ । କେଶବଙ୍କ ପୁଅ କହିଛନ୍ତି, ବାପା ଧାନ ଚାଷ କରିଥିଲେ । ସେଥିପାଇଁ ବିଭିନ୍ନ ସୂତ୍ରରୁ ଲକ୍ଷାଧିକ ଟଙ୍କା ଋଣ କରିଥିଲେ । କିଛି ଘରୋଇ ସଂସ୍ଥାରୁ ସେ ଋଣ କରିବା ସହିତ କିଛି ଲୋକଙ୍କ ଠାରୁ ହାତ ଉଧାରି ମଧ୍ୟ ଆଣିଥିଲେ । କିନ୍ତୁ ଧାନ ଭଲ ହେଲା ନାହିଁ । ତେଣୁ ଋଣ ସୁଝିବା ନେଇ ସମସ୍ୟା ଦେଖା ଦେଲା । ସେ କିଛି ପରିମାଣରେ ଋଣ ସୁଝି ଥିଲେ । କିନ୍ତୁ ତା’ପରେ ଆଉ ପାରିଲେନି । ଅନ୍ୟପକ୍ଷରେ ଋଣ ଅର୍ଥ ଫେରାଇବାକୁ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଚାପ ପକାଉଥିଲେ । ସଂସ୍ଥାଗୁଡ଼ିକର କର୍ମଚାରୀ ଘରକୁ ଆସୁଥିଲେ । ଟଙ୍କା ନଦେଲା ପର୍ଯ୍ୟନ୍ତ ଘରୁ ଯିବେ ନାହିଁ ବୋଲି କହୁଥିଲେ । ତେଣୁ ଋଣ ସୁଝି ନପାରିବାର ଚାପରେ ସେ ଆତ୍ମହତ୍ୟା କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking