31.1 C
Bhubaneswar
Sunday, September 22, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କଲେ ନମିତା ଅଗ୍ରଓ୍ବାଲ ଗାଇଥିବା ରାମ ଭଜନ

ପ୍ରଧାନମନ୍ତ୍ରୀ ନିଜ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କଲେ ନମିତା ଅଗ୍ରଓ୍ବାଲ ଗାଇଥିବା ରାମ ଭଜନ

ନୂଆଦିଲ୍ଲୀ: ଜାନୁଆରୀ 22 ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହ ଓ ଉନ୍ମାଦନା ବଢିବଢି ଚାଲିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଓଡିଆ ଭଜନ ‘ଅଯୋଧ୍ୟା ନଗରୀ ନାଚେ ରାମାଙ୍କୁ ପାଇ’ ତାଙ୍କ ‘ଏକ୍ସ’ ଆକାଉଣ୍ଟ ରେ ସେୟାର କରିଛନ୍ତି । ଯାହାକୁ ଗାଇଛନ୍ତି ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ରଥ ।

‘ଏକ୍ସ’ ରେ (ପୂର୍ବରୁ ଟ୍ୱିଟର) ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଭାରତର ପ୍ରତ୍ୟେକ ଭାଗରେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି । ଆପଣ ପ୍ରତ୍ୟେକ ଭାଷାରେ ତାଙ୍କ ପ୍ରତି ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ । ଏଠାରେ ଓଡିଆରେ ଏପରି ଏକ ପ୍ରୟାସ ଅଛି…

ସେହିପରି ବୁଧବାର ଦିନ ପ୍ରଭୁ ଶ୍ରୀରାମ ଙ୍କ ଭଜନ ପ୍ରଧାନମନ୍ତ୍ରୀ ସେୟାର କରିଥିଲେ ଯାହା ସ୍ବର ସାମଗ୍ରୀ ସ୍ୱର୍ଗତଃ ଲତା ମଙ୍ଗେଶକରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଶେଷ ଶ୍ଲୋକ ଥିଲା ।

ଖାଲି ସେତିକି ନୁହେଁ ଏହାର ଗୋଟେ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଅଯୋଧ୍ୟାରେ ଜୟକାର ଗୁଞ୍ଜେ’ ଏକ ରାମ ଭଜନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ସେୟାର କରିଥିଲେ । ଯାହା କୁ ଗାଇଛନ୍ତି ସ୍ବାତି ମେହୁଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଓ ଲେଖିଛନ୍ତି ମହେଶ କୁକ୍ରେଜା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking