32.1 C
Bhubaneswar
Monday, October 21, 2024
Homeଓଡିଶାନାବାଳକକୁ ପଥରରେ ଛେଚି ହତ୍ୟା

ନାବାଳକକୁ ପଥରରେ ଛେଚି ହତ୍ୟା

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଂଶେଇକଳା ପଞ୍ଚାୟତ କୋହ୍ଲହୁଣ୍ଡୁଳା ଗାଁ ନିକଟ କଲର୍ଭଟ ତଳୁ ଏକ ନାବାଳକର କ୍ଷତବିକ୍ଷତ ମୃତଦେହ ଯୋଡ଼ା ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ନିକଟସ୍ଥ ଜାମକୁଣ୍ଡିଆ ଗ୍ରାମର ସୁକଦେବ ଲାଗୁରୀ(୧୫) । ମିଳିଥିବା ରିପୋର୍ଟ ମୁତାବକ, ବାପା ମା’ ଛେଉଣ୍ଡ ସୁକଦେବ ବିଲେଇପଦାର ଏକ କମ୍ପାନୀ ଅଧୀନରେ ଥିବା ଆସ୍ପାୟାର ଆବସିକ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲା ।

ମକର ସଂକ୍ରାନ୍ତି ପାଇଁ ଗତ ଶନିବାର ସେ ନିଜ ଗାଁକୁ ଆସି ସୋମବାର ସନ୍ଧ୍ୟା ୫ଟାରୁ ମେଳା ଦେଖିବା ପାଇଁ ଘରୁ ବାହାରି ଯାଇଥିଲା । ସୁକଦେବ ଘରକୁ ଫେରିନଥିବାବେଳେ ମଙ୍ଗଳବାର ଭୋରରୁ ବଡ଼ହୁଣ୍ଡୁଳା ଗ୍ରାମର କିଛି ମହିଳା ଶୌଚ ହେବାକୁ ଯାଇ କଲର୍ଭଟ ତଳେ ଏକ ମୃତଦେହ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ତୁରନ୍ତ ପୁଲିସକୁ ଖବର ଦେବା ପରେ ଯୋଡ଼ା ଥାନା ଆଇଆଇସି ଲୋକେଶ ସାହୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ସୁରେଶ କୁମାର ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁକଦେବର ମୃତଦେହକୁ ପୁଲିସ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । କେହି ଦୁବୁର୍ତ୍ତ ସୁକଦେବକୁ ଅତି ନୃଶଂସ ଭାବେ ପଥରରେ ଛେଚି ହତ୍ୟା କରିଥିବାବେଳେ ରକ୍ତାକ୍ତ ପଥରକୁ ମଧ୍ୟ ପୁଲିସ ଜବତ କରିଛି । ଏନେଇ ଯୋଡ଼ା ଥାନାରେ ଏକ ମାମଲା ରୁଜୁ କରି କେନ୍ଦୁଝରର ସାଇଣ୍ଟିଫିକ ଟିମ୍ ୍‌ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking